ମାଫିଆ ଅତୀକ ଅହମ୍ମଦର ପରିବାର ସହ ସଂପର୍କ ତୁଟାଇଲା ବିଏସପି, କଟିଲା ଶାଇସ୍ତା ପରବିନର ଟିକେଟ୍

youtube

ଲକ୍ଷ୍ନୌ : ଉମେଶ ପାଲ ହତ୍ୟା କାଣ୍ଡ ପରେ ମାଫିଆ ଅତୀକ ଅହମ୍ମଦ ଓ ତା ପରିବାରର ସମସ୍ୟା ବଢ଼ିବାରେ ଲାଗିଛି। ଏହା ପୂର୍ବରୁ ପ୍ରୟାଗରାଜ କୋର୍ଟ ରାଜୁ ପାଲ ଅପହରଣ ମାମଲାରେ ଅତିକ୍ ଅହମ୍ମଦକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏବେ ବହୁଜନ ସମାଜ ପାର୍ଟି (ବିଏସପି) ମଧ୍ୟ ଅତୀକ୍ ଅହମ୍ମଦ ପରିବାର ସହ ନିଜର ସଂପର୍କ କାଟିଦେଇଛି । ଦଳ ପକ୍ଷରୁ ଅତୀକର ଫେରାର ପତ୍ନୀ ଶାଇସ୍ତା ପରବୀନକୁ ପୌର ନିର୍ବାଚନ ପାଇଁ ଟିକେଟ ନ ଦେବାକୁ ଘୋଷଣା କରାଯାଇଛି । ସେ ପ୍ରୟାଗରାଜ ମେୟର ପାଇଁ ଟିକେଟ ଆଶାୟୀ ଥିଲା । କେବଳ ଏତିକି ନୁହେଁ ବିଏସପି ନେତ୍ରୀ ମାୟାବତୀ ଘୋଷଣା କରିଛନ୍ତି ଯେ ବିଏସପି ଅତୀକ ଅହମ୍ମଦ ପରିବାରର କୌଣସି ସଦସ୍ୟଙ୍କୁ ଟିକେଟ ଦେବ ନାହିଁ ।
ଉମେଶ ପାଲ ହତ୍ୟା ମାମଲାରେ ଶାଇସ୍ତା ପରୱାନୀର ନାଁ ଆସିବା ପରେ ମାୟାବତୀ ଏହି ନିଷ୍ପତ୍ତି ନେଇଛନ୍ତି । ଶାଇସ୍ତା ଏବେ ଫେରାର ଅଛି ଏବଂ ତା ମୁଣ୍ଡରେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛି ପୋଲିସ । ପୂର୍ବରୁ ଶାଇସ୍ତା ନାଁରେ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଉଥିବା ବେଳେ ଏବେ ପୁଲିସ ପୁରସ୍କାର ରାଶି ବୃଦ୍ଧି କରିଛି ।

ନିକଟରେ ଉତ୍ତରପ୍ରଦେଶର ପୌର ନିର୍ବାଚନ ଘୋଷଣା ହୋଇଛି । ଏଭଳି ସ୍ଥିତିରେ ବହୁଚର୍ଚ୍ଚିତ ପ୍ରୟାଗରାଜ ମହାନଗର ନିଗମ ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ଉମେଶ ପାଲ ହତ୍ୟାକାଣ୍ଡର ପ୍ରାୟ ଦୁଇ ମାସ ପୂର୍ବରୁ ଅତିକଙ୍କ ପତ୍ନୀ ଶାଇସ୍ତା ବିଏସପିରେ ଯୋଗ ଦେଇଥିଲା । ଏହାପରେ ବିଏସପି ତାକୁ ଟିକେଟ ଦେଇ ତାଙ୍କୁ ପ୍ରୟାଗରାଜର ମେୟର ପ୍ରାର୍ଥୀ କରିଥିଲା ।

Leave A Reply

Your email address will not be published.