ଏନକାଉଣ୍ଟରରେ ଅତୀକ୍‌ ଅହମଦଙ୍କ ପୁଅ ନିହତ ହେବା ପ‌ରେ ପ୍ରତିକ୍ରିୟା ରଖିଲେ ଉମେଶ ପାଲଙ୍କ ପତ୍ନୀ ଓ ମା’

add-all

ନୂଆଦିଲ୍ଲୀ: ୨୦୦୫ରେ ବହୁଜନ ସମାଜ ପାର୍ଟିର ସାଂସଦ ରାଜୁ ପାଲ୍‌ଙ୍କ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ୍‌। ଏଥିରେ ଅଭିଯୁକ୍ତ ଥିଲେ ଅତୀକ୍‌। ଫେବ୍ରୁଆରି ୨୪ ତାରିଖ ଦିନ ପ୍ରୟାଗରାଜ ବାସଭବନ ବାହାରେ ଉମେଶ ପାଲ୍‌ ଏବଂ ତାଙ୍କର ଦୁଇଜଣ ଅଙ୍ଗରକ୍ଷୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏଥିରେ ଅହମଦ୍, ତାଙ୍କ ଭାଇ ଅଶରଫ୍‌ ଏବଂ ସେମାନଙ୍କର ପରିବାରର ସଦସ୍ୟମାନେ ସମ୍ପୃକ୍ତ ଥିଲେ ବୋଲି ଉମେଶଙ୍କ ପତ୍ନୀ ଜୟା ଅଭିଯୋଗ କରିଥିଲେ।

ଉମେଶ ପାଲ୍‌ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ନେଇ ଆଜି ଅତୀକ୍‌ ଅହମଦ୍‌ଙ୍କୁ ପ୍ରୟାଗରାଜସ୍ଥିତ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ହାଜର କରାଯାଉଥିବା ବେଳେ ଝାନ୍‌ସୀରେ ଉତ୍ତର ପ୍ରଦେଶର ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ର (ଏସ୍‌ଟିଏଫ୍‌) ଏନ୍‌କାଉଣ୍ଟର୍‌ରେ ଉମେଶ ପାଲ୍‌ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅତୀକ୍‌ ଅହମଦ୍‌ଙ୍କ ପୁଅ ଅସଦ୍‌ ନିହତ ହୋଇଥିବା ଖବର ମିଳିଥିଲା।

ଏହି ଖବର ମିଳିବା ପରେ ଉମେଶ ପାଲଙ୍କ ସ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ଉମେଶ ପାଲଙ୍କ ସ୍ତ୍ରୀ ଜୟା ପାଲ କହିଛନ୍ତି, ‘ଶେଷରେ ଭଗବାନ ମୋ ଡାକ ଶୁଣିଛନ୍ତି। ମୋ ସ୍ବାମୀଙ୍କ ହତ୍ୟାକାରୀକୁ ଦଣ୍ଡ ମିଳିଛି। ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ ଅତୀକ୍‌ ଅହମଦ୍‌ଙ୍କ ପୁଅ ଅସଦକୁ ଏନକାଉଣ୍ଟର କରି ମୋତେ ନ୍ୟାୟ ଦେଇଛନ୍ତି। ଏଥିପାାଇଁ ମୁଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଉଛି।’

ସେହିପରି ଉମେଶ ପାଲଙ୍କ ମା’ ଶାନ୍ତି ଦେବୀ କହିଛନ୍ତି,‘ମୋ ପୁଅର ହତ୍ୟାକାରୀ ନିହତ ହୋଇଛି। ଆଜି ମୋ ଆତ୍ମାକୁ ଶାନ୍ତି ମିଳିଛି। ମୁଖ୍ୟମନ୍ତ୍ରୀ ସଠିକ ନିଷ୍ପତ୍ତି ନେଇଛନ୍ତି। ମୋର ପୂର୍ବରୁ ବି ପୁଲିସ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ବାସ ଥିଲା କି ସେମାନେ ଆମକୁ ନ୍ୟାୟ ନିଶ୍ଚୟ ଦେବେ।’

ad-week
Leave A Reply

Your email address will not be published.