ନିଜର ଛାଡ଼ପତ୍ରକୁ ନେଇ ମୁହଁ ଖୋଲିଲେ ଶିଖର ଧାୱନ…

add-all

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର କ୍ରିକେଟର ଶିଖର ଧାୱନ ତାଙ୍କ ସ୍ତ୍ରୀ ଆୟେଶା ମୁଖାର୍ଜ୍ଜୀଙ୍କ ଠାରୁ ଅଲଗା ହେବାର ଅନେକ ଦିନ ବିତିଗଲାଣି। ଶିଖର ଓ ଆୟେଶାଙ୍କ ଏକ ପୁତ୍ର ସନ୍ତାନ ବି ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ କ୍ରିକେଟର ପତ୍ନୀଙ୍କ ସହ ଛାଡ଼ପତ୍ରକୁ ନେଇ କେବେ ମୁହଁ ଖେଲି ନଥିଲେ।
ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଶିଖର ମୁହଁ ଖୋଲି ନିଜର ବିବାହ ବିଚ୍ଛେଦ ବିଷୟରେ ଆଲୋଚନା କରିବା ସହିତ ଆଜିକାଲିର ଯୁବପୀଢିମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।
ଶିଖର ଧାୱନ ନିଜେ ସ୍ବୀକାର କରିଛନ୍ତି କି ସେ ବିବାହରେ ବିଫଳ ହୋଇଛନ୍ତି। ଏଥିପାଇଁ ସେ କାହାକୁ ଦୋଷ ଦିଅନ୍ତି ନାହିଁ। ଶିଖର କହିଛନ୍ତି, ‘ଯେଉଁମାନେ ବି ପ୍ରେମ କରୁଛନ୍ତି କି ବିବାହ କରୁଛନ୍ତି ତରବର ହୁଅନ୍ତୁ ନାହିଁ। ନିଜ ସମ୍ପର୍କକୁ ସମୟ ଦିଅନ୍ତୁ। ଏଇ କିଛିବର୍ଷ ମଧ୍ୟରେ ବିବାହ ବିଚ୍ଛେଦ ଘଟଣା ବଢ଼ି ଯାଇଛି। ‌ପ୍ରତ୍ୟେକ ଦମ୍ପତିଙ୍କ ମଧ୍ୟରେ ବୁଝାମଣାର ଅଭାବ ହେତୁ ସମ୍ପର୍କ ଭାଙ୍ଗି ଯାଇଥାଏ। ତେଣୁ ଯେଉଁ ଲୋକଙ୍କୁ ଆପଣ ବୁଝି ପାରୁ ନାହାନ୍ତି ସେମାନଙ୍କ ସହ ସମ୍ପର୍କ ଯୋଡ଼ନ୍ତୁ ନାହିଁ। ଆପଣ ଯଦି ଅନୁମାନ କରୁଛନ୍ତି ଆପଣଙ୍କ ସାମ୍ନାରେ ଥିବା ଲୋକ ଆତ୍ମସ୍ବାଭିମାନୀ, କଥାକଥାରେ ଆପଣଙ୍କୁ ନିଚା ଦେଖାଉଛି, ଯେତେବେଳେ ଯାହା ଇଚ୍ଛା ତାହା କରୁଛି, ଆପଣଙ୍କ ଉପରେ ଏହାର କ’ଣ ପ୍ରଭାବ ପଡ଼ୁଛି ସେ ପ୍ରତି ଦୃଷ୍ଟି ଦେଉନାହିଁ। ଏହି ସମ୍ପର୍କରେ ଆପଣ ଯେତେ ଶୀଘ୍ର ପାରୁଛନ୍ତି ପୁନଃ‌ଚ୍ଛେଦ ପକାଇ ଦେବା ଭଲ। କାରଣ ଆଗକୁ ଯାଇ ଆପଣ କୌଣସି ଅସୁବିଧାରେ ପଡ଼ିବେ ନାହିଁ କି କଷ୍ଟ ବି ହେବ ନାହିଁ।

ad-week
Leave A Reply

Your email address will not be published.