ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ପୁଷ୍ପା-୨ ସୁଟିଂ…

add-all

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳର ପାଦଦେଶକୁ ଲାଗିଥିବା ତଥା ଅନ୍ଧ୍ରପ୍ରଦେଶ ସୀମାରେ ଥିବା ତରାବୁରେ ପୁଷ୍ପାର ପାର୍ଟ-୨ ସୁଟିଂ ଆରମ୍ଭ ହୋଇଛି। ଗତକାଲି ପୁଷ୍ପା ଫିଲ୍ମ ନିର୍ମାତା ସଂସ୍ଥାର ପୂରା ଟିମ୍ ତରାବୁ ଜଳ ପ୍ରପାତରେ ପହଞ୍ଚି ସୁଟିଂ କରିଛନ୍ତି।

ସୁଟିଂ ପାଇଁ ପୂର୍ବରୁ ଅସ୍ଥାୟୀ ଘର ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ଜଙ୍ଗଲରେ ସୁପର ଷ୍ଟାର ଆଲୁ ଅର୍ଜୁନଙ୍କ ସମେତ ସହ ଅଭିନେତା, ଅଭିନେତ୍ରୀମାନେ ପହଞ୍ଚି ଫିଲ୍ମ ନିର୍ଦ୍ଦେଶକଙ୍କ କହିବା ମୁତାବକ ଅଭିନୟ କରୁଛନ୍ତି। ସ୍ଥାନୀୟ କିଛି ଲୋକେ ଏହି ସୁଟିଂ ସେଟ୍‌ ପାଖରେ ପହଞ୍ଚି ଏହାର ଦୃଶ୍ୟ ଦେଖିବାକୁ ଭିଡ଼ ଲଗାଇଥିଲେ।

ଆସନ୍ତା ମାସରେ ସ୍ୱାଭିମାନ ଅଞ୍ଚଳରେ ଏହି ଫିଲ୍ମର ସୁଟିଙ୍ଗ ହେବାର ଅଛି ବୋଲି ଜଣାପଡ଼ିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ସାହ ବଢ଼ିବାରେ ଲାଗିଛି। ନକ୍ସଲ ଦମନ ପରେ ପ୍ରକୃତିର ଏହି ସୁନ୍ଦର ସ୍ଥାନରେ ଫିଲ୍ମ କରାଯିବା ଚର୍ଚ୍ଚାକୁ ବଢ଼ାଇଛି।

ସୂଚନା ଥାଉକି, ପ୍ରାୟ ୩୫୦ କୋଟି ଟଙ୍କା ବଜେଟ ଖର୍ଚ୍ଚରେ ଏହି ଫିଲ୍ମ ନିର୍ମାଣ ହେଉଛି। ଫିଲ୍ମ ପାଇଁ ଆଲୁ ଅର୍ଜୁନ ପ୍ରାୟ ଶହେ କୋଟି ଟଙ୍କା ନେଉଥିବା ଇଣ୍ଡିଆ ଟୁଡେ ରିପୋର୍ଟରୁ ଜଣାପଡ଼ିଛି।

ad-week
Leave A Reply

Your email address will not be published.