ରାହୁଳଙ୍କ ଦଣ୍ଡାଦେଶ କାଏମ ରଖିଲେ ସେସନ୍ସ କୋର୍ଟ

add-all

ସୁରତ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଲାଗିଲା ଝଟକା । ସୁରତ ସେସନ୍ସ କୋର୍ଟରୁ ଆଜି ନିରାଶ ହୋଇଛନ୍ତି ରାହୁଲ। ‘ମୋଦି ସରନେମ’ ସମ୍ପର୍କରେ ଦେଇଥିବା ଆପତ୍ତିଜନକ ଟିପ୍ପଣୀ ପାଇଁ ତଳ କୋର୍ଟ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିବା ବେଳେ ଏହା ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି ସେସନ୍ସ କୋର୍ଟ। ସେସନ୍ସ କୋର୍ଟଙ୍କ ଏହି ରାୟ ବିରୋଧରେ ଏବେ ହାଇକୋର୍ଟ ଯିବ କଂଗ୍ରେସ।
୨୦୧୯ରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ‘ମୋଦି ସରନେମ’କୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ। ଠକେଇ ଅଭିଯୁକ୍ତ ନୀରବ ମୋଦି, ଲଳିତ ମୋଦିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁକୁ ଯୋଡ଼ି ସବୁ ମୋଦି ଚୋର ବୋଲି ସେ କହିଥିଲେ। ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେସ ମୋଦି। ରାହୁଲଙ୍କ ବୟାନ ପୂରା ମୋଦି ସମାଜ ପାଇଁ ଅପମାନ ବୋଲି ସେ ଅଭିଯୋଗ କରିଥିଲେ। ଏହାକୁ ନେଇ ରାହୁଲ ଗାନ୍ଧିଙ୍କ ନାଁରେ ଏକ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା।
ଏହାର ଶୁଣାଣି କରି ସୁରତର ଏକ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଏହାର ଦିନକ ପରେ ରାହୁଲଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଯାଇଥିଲା।
ଏହାକୁ ନେଇ ବିବାଦ ଚାଲିଥିବା ବେଳେ ରାହୁଲ ଗାନ୍ଧି ଉକ୍ତ ରାୟକୁ ସୁରତର ସେନନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତଳ କୋର୍ଟଙ୍କ ରାୟରେ ତ୍ରୁଟି ରହିଛି, ତେଣୁ ଏହା ଉପରେ ରୋକ ଲଗାଯାଉ ବୋଲି ରାହୁଲ ଗାନ୍ଧି ନିଜ ଆବେଦନରେ ଉଲ୍ଲେଖ କରିଥିଲେ। ଆଜି ଏହାର ଶୁଣାଣି କରି ସେସନ୍ସ କୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।

ad-week
Leave A Reply

Your email address will not be published.