ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଜାମିନ ମିଳିବା ପରେ କେନ୍ଦ୍ରମନ୍ତ୍ରୀ କହିଲେ- ଧର୍ମର ଜୟ ହୋଇଛି

add-all

ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ପ୍ରତିବାଦ କରିବା ସମୟରେ ପୁଲିସ ଷଡଯନ୍ତ୍ରର ଶିକାର ହୋଇ ଜେଲ୍ ଯାଇଥିବା ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଜାମିନ ମିଳିବା ମାମଲାରେ ‘ସତ୍ୟମେବ ଜୟତେ, ଧର୍ମର ଜୟ’ ହୋଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଗତ ଫେବ୍ରୁଆରି ୨୮ ତାରିଖରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ପ୍ରତିବାଦ କରିବା ସମୟରେ ପୁଲିସ ଦ୍ୱାରା ଷଡଯନ୍ତ୍ରର ଶିକାର ହୋଇ ସେମାନଙ୍କୁ ଜେଲ୍ ଯିବାକୁ ପଡିଥିଲା। ଏହି ଘଟଣାକୁ ୫୦ ଦିନରୁ ଊର୍ଦ୍ଧ୍ୱ ହେଲାଣି।

ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି। ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ହେଉଛନ୍ତି ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା କିନ୍ତୁ ପୁଲିସ ପ୍ରଶାସନ ସେମାନଙ୍କୁ ରାଜନୈତିକ କାର୍ଯ୍ୟକର୍ତ୍ତା ଭାବରେ ନୁହେଁ ବରଂ ଅପରାଧୀ ଭାବରେ ବ୍ୟବହାର କରିଥିଲା, ଯାହା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ। ଆଜି ମାନ୍ୟବର ହାଇକୋର୍ଟ ଯୁବ କାର୍ଯ୍ୟକର୍ତ୍ତା ମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦେଶ ଆଇନବ୍ୟବସ୍ଥାକୁ ଆମେ ସମ୍ମାନ ଜଣାଉଛୁ । ସତ୍ୟମେବ ଜୟତେ, ଧର୍ମର ଜୟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

ad-week
Leave A Reply

Your email address will not be published.