ଝାରସୁଗୁଡ଼ା ଉପନିର୍ବାଚନ: ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

add-all

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ବିଜେଡି ପ୍ରାର୍ଥିନୀ ଦୀପାଳି ଦାସଙ୍କ ଲାଗି ବିଜେଡି ୪୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ନାଁ ଘୋଷଣା କରିଥିବା ବେଳେ ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁ ନବମ ସ୍ଥାନରେ ରହିଛି ।

ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ଭାବେ ପରିଚିତ ସୁଶାନ୍ତ ସିଂଙ୍କୁ ବିଜେଡି ଝାରସୁଗୁଡ଼ା ଉପନିର୍ବାଚନର କୌଣସି ଦାୟିତ୍ୱ ଦେଇ ନଥିଲା । ଯାହାକୁ ନେଇ ବିରୋଧୀ ଅଭିଯୋଗ କରିଥିଲେ ନବ ଦାସଙ୍କ ହତ୍ୟାରେ ସୁଶାନ୍ତ ସିଂଙ୍କ ସମ୍ପୃକ୍ତି ଥିବାରୁ ବିଜେଡି ଉପନିର୍ବାଚନ ଦାୟିତ୍ୱ ତାଙ୍କୁ ଦେଉ ନାହିଁ ।

ଆଜି ବିଜେଡି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିବା ସହ ସୁଶାନ୍ତ ସିଂଙ୍କୁ ସାମିଲ୍ କରି ବିରୋଧୀ ଏକ ପ୍ରକାର ଜବାବ ଦେଇଥିବା କୁହାଯାଇଛି । ଷ୍ଟାର ପ୍ରଚାରକ ତାଲିକାରେ ପ୍ରଥମେ ଦଳର ସଭାପତି ନବୀନ ପଟ୍ଟନାୟକ ରହିଥିବା ବେଳେ ଦ୍ୱିତୀୟରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ତୃତୀୟରେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର ରହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ପ୍ରସନ୍ନ ଆଚାର୍ଯ୍ୟ, ସାରଦା ପ୍ରସାଦ ନାୟକ, ନିରଞ୍ଜନ ପୂଜାରୀ, ଅଶୋକ ଚନ୍ଦ୍ର ପଣ୍ଡା, ପଦ୍ମନାଭ ବେହେରା, ସୁଶାନ୍ତ ସିଂ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ, ପ୍ରତାପ ଜେନା, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ପ୍ରଶାନ୍ତ ମୁଦୁଲି, ପୁଷ୍ପେନ୍ଦ୍ର ସିଂ ଦେଓ, ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ।

ad-week
Leave A Reply

Your email address will not be published.