ଭୟଙ୍କର ବସ୍‌ ଦୁର୍ଘଟଣା: ୬ ମୃତ, ୪୦ ଗୁରୁତର

add-all

ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଭୟଙ୍କର ସଡ଼କ ଦୁର୍ଘଟଣା । ଲକ୍ଷ୍ନୌର ବୁଥ ନମ୍ବର ୪ ପାଖରେ ଏକ ମାଲ ବୋଝେଇ ଟ୍ରକ୍ ଓ ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କର ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣାରେ ୪୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକେ ଲକ୍ଷ୍ନୌର ଆମ୍ବେଦକର ନଗର ଯାଉଥିଲେ । ଦୁର୍ଘଟଣା ଏତେ ଜୋର ଥିଲା ଯେ, ମାଲ୍ ବୋଝେଇ ଟ୍ରକଟି ବସ୍ ଉପରେ ଓଲଟି ପଡ଼ିଥିଲା। ଫଳରେ ବସରୁ ଯାତ୍ରୀଙ୍କୁ ବାହାର କରିବା ପାଇଁ ଜେସିବିର ସହାୟତା ନିଆଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ ।

ଖବର ମୁତାବକ, ଅଯୋଧ୍ୟାରୁ ଆମ୍ବେଦକର ନଗର ଅଭିମୁଖେ ଏକ ବସ୍ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଯାଉଥିଲା। ବସ୍ଟି ଲକ୍ଷ୍ନୌ- ଗୋରଖପୁର ରାଜମାର୍ଗରେ ଯାଉଥିବା ବେଳେ ସାମନା ପଟୁ ଆସୁଥିବା ଏକ ଟ୍ରକ୍ ବସଟିକୁ ଜୋରରେ ପିଟିଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬ ଲୋକ ଗୋଟେ ପରିବାରର । ଏମାନଙ୍କ ମଧ୍ୟରେ ୩ ଜଣ ପିଲା ରହିଛନ୍ତି ।

ତେବେ ଖବର ପାଇବା ତୁରନ୍ତ ଅଗ୍ନିଶମ କର୍ମଚାରୀ, ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଟ୍ରକକୁ କ୍ରେନ୍ ସାହାଯ୍ୟରେ ଉଠାଇବା ପରେ ତା’ ତଳେ ଚାପି ହୋଇ ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।

ad-week
Leave A Reply

Your email address will not be published.