‘ବିଜେପି’କୁ ପରାସ୍ତ କରିବାକୁ ଇଦ୍‌ ସମାରୋହରେ ଉଦ୍‌ବୋଧନ ଦେଇ କହିଲେ ମମତା ବାନାର୍ଜୀ

add-all

କୋଲ୍‌କାତା: ୨୦୨୪ ଲୋକସଭା ନିର୍ବାଚନରେ ‘ବିଜେପି’ର ପରାଜୟ ସୁନିଶ୍ଚିତ କରିବା ଲାଗି ଏକତ୍ର ହେବାକୁ ଆଜି କୋଲ୍‌କାତାର ରେଡ୍‌ ରୋଡ୍‌ରେ ଅନୁଷ୍ଠିତ ‘ଇଦ୍‌ ନମାଜ୍‌’ରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି, ତିକ୍ତ ରାଜନୀତିରେ ଲିପ୍ତ ଥିବା କେତେକ ବ୍ୟକ୍ତି ଦେଶକୁ ଭାଗ କରିବାକୁ ଉଦ୍ୟମ କରୁଛନ୍ତି। ମୁଁ ଜୀବନ ଦେବି ବରଂ ଦେଶକୁ ଭାଗ କରାଇ ଦେବିନାହିଁ।

ଦେଶର ସମ୍ବିଧାନକୁ ବଦଳାଇବାକୁ ଚେଷ୍ଟା କରୁଛି ବୋଲି ଗୈରିକ ଦଳ ଉପରେ ଦୋଷାରୋପ କରି ବାନାର୍ଜୀ କହିଛନ୍ତି, ପଶ୍ଚିମବଙ୍ଗରେ ସେ ‘ଏନ୍‌ଆର୍‌ସି’ ପ୍ରଣୟନ କରାଇ ଦେବେ ନାହିଁ। ପଡ଼ୋଶୀ ରାଷ୍ଟ୍ରମାନଙ୍କରୁ ଆସୁଥିବା ସଂଖ୍ୟାଲଘୁମାନଙ୍କୁ ନାଗରିକ ଅଧିକାର ପ୍ରଦାନ କରିବା ଲାଗି ‘ନ୍ୟାସ୍‌ନାଲ୍‌ ରେଜିଷ୍ଟର୍‌ ଅଫ୍‌ ସିଟିଜେନ୍‌ସ୍‌’ ଏବଂ ‘ସିଟିଜେନ୍‌ସ୍‌ ଆମେଣ୍ଡ୍‌ମେଣ୍ଟ୍‌ ଆକ୍ଟ୍‌’ ଅନାବଶ୍ୟକ ଏବଂ ଏଥିପାଇଁ ପୂର୍ବରୁ ଚାଲି ଆସିଥିବା ନାଗରିକତ୍ବ ରେକର୍ଡ ଏବଂ ଆଇନ ହିଁ ଯଥେଷ୍ଟ ‌ବୋଲି ‘ତୃଣମୂଳ କଂଗ୍ରେସ’ କହି ଆସୁଛି।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଅର୍ଥବଳ ଓ କେନ୍ଦ୍ରୀୟ ଏଜେନ୍‌ସିଙ୍କ ବିରୋଧରେ ଲଢ଼ିବାକୁ ପ୍ରସ୍ତୁତ ଅଛି। ଯାହା ହେଲେ ବି ମୁଁ ନତମସ୍ତକ ହେବିନାହିଁ। ଆମ ଦେଶରେ କିଏ କ୍ଷମତାକୁ ଆସିବ ସେକଥା ବର୍ଷକ ମଧ୍ୟରେ ହେବାକୁ ଥିବା ନିର୍ବାଚନରେ ସ୍ଥିତ ହେବ। ‘ବିଜେପି’କୁ ସାହାଯ୍ୟ କରିବା ଲାଗି କେତେକ ରାଜନୈତିକ ଦଳ ଭୋଟ୍‌ ବିଭାଜନ କରିବାକୁ ଉଦ୍ୟମ କରୁଛନ୍ତି। ଚାଲନ୍ତୁ, ବିଭାଜନକାରୀ ଶକ୍ତି  ବିରୋଧରେ ଲଢ଼େଇ କରିବାକୁ ଆମେ ଏକତ୍ର ହେବା ପାଇଁ ସଙ୍କଳ୍ପ ନେବା। ଏକତ୍ର ହୋଇ ଆଗାମୀ ନିର୍ବାଚନରେ ସେମାନଙ୍କୁ ପରାସ୍ତ କରିବା ପାଇଁ ଆମେ ସୁନିଶ୍ଚିତ ହେବା ଉଚିତ। ଯଦି ଆମେ ଗଣତନ୍ତ୍ରକୁ ସୁରକ୍ଷା ଦେବାରେ ବିଫଳ ହୁଅନ୍ତି, ତେବେ ସବୁ ଶେଷ ହୋଇଯିବ।

ad-week
Leave A Reply

Your email address will not be published.