ସିସୋଦିଆ ଜେଲରେ, ବିଗିଡ଼ିଲା ପତ୍ନୀଙ୍କ ସ୍ବାସ୍ଥ୍ୟାବସ୍ଥା…

add-all

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦ ଥିବା ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପତ୍ନୀ ସୀମା ସିସୋଦିଆଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଛି। ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରକାଶ ପାଇନାହିଁ। କୁହାଯାଉଛି ଯେ ତାଙ୍କର ଅବସ୍ଥା ଏବେ ଗମ୍ଭୀର ରହିଛି।
ସୂଚନା ମୁତାବକ, ମନୀଷ ସିସୋଦିଆଙ୍କ ପତ୍ନୀ ମଲ୍ଟିପଲ୍ ସ୍କ୍ଲେରୋସିସ୍ ନାମକ ଏକ ରୋଗରେ ପୀଡିତ ଅଛନ୍ତି। ଏହି ରୋଗ ହେଲେ ମଣିଷ ମସ୍ତିଷ୍କର ଶରୀର ଉପରୁ ନିୟନ୍ତ୍ରଣ କମିଯାଏ। ଏହି ରୋଗ ହେଉଛି ଏକ ଗୁରୁତର ରୋଗ ଯାହା ମାନବ ମସ୍ତିଷ୍କ ଏବଂ ମେରୁଦଣ୍ଡକୁ ଅକ୍ଷମ କରିଥାଏ। ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀ ଅର୍ଥାତ୍ ମାୟେଲିନ୍ ଉପରେ ଆକ୍ରମଣ କରେ। ଏହା ମସ୍ତିଷ୍କ ଏବଂ ଶରୀରର ଅନ୍ୟ ଅଂଶ ମଧ୍ୟରେ ଯୋଗାଯୋଗ ଭାଙ୍ଗିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏବେ ସୀମାଙ୍କ ଅବସ୍ଥା ଖରାପ ହେବାକୁ ଲାଗିଥିବା ବେଳେ ମନୀଷଙ୍କ ପାଇଁ ଆଉ ଏକ ଖରାପ ଖବର ଆସିଛି।

ଦିଲ୍ଲୀର ଅବକାରୀ ନୀତି ମାମଲାରେ ସିବିଆଇ ମଙ୍ଗଳବାର ରାଉଜ୍ ଆଭେନ୍ୟୁ କୋର୍ଟରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି। ଯେଉଁଥିରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ, ବୁଚି ବାବୁ, ଅର୍ଜୁନ ପାଣ୍ଡେ ଏବଂ ଅମନଦୀପ ଢ଼ଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହାପୂର୍ବରୁ, ସିସୋଦିଆଙ୍କ ନାଁ କୌଣସି ଚାର୍ଜସିଟରେ ନଥିଲା। ଚାର୍ଜସିଟରେ ଥିବା ପଏଣ୍ଟ ଉପରେ ଯୁକ୍ତି କରିବା ପାଇଁ କୋର୍ଟ ମେ‘ ୧୨ତାରିଖ ସ୍ଥିର କରିଛନ୍ତି।

ad-week
Leave A Reply

Your email address will not be published.