ଜଙ୍ଗଲରୁ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

add-all

ଢେଙ୍କାନାଳ: ଯାତ୍ରା ଦେଖିବାକୁ ଯାଇ ଗାଁକୁ ଫେରିନଥିଲେ ଯୁବକ। ଆଜି ସକାଳେ କାଜୁ ଜଙ୍ଗଲରୁ ମିଳିଲା ମୃତଦେହ। ଯୁବକଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ଖୁକୁଣ୍ଡି ଗୋଠ ନିକଟରେ। ମୃତ ଯୁବକ ଜଣକ ହେଲେ ବସୋଇ ଗାଁର ମନୋଜ ବିଶ୍ୱାଳ।

ଗତକାଲି ରାତିରେ ମନୋଜ ବାଇକ ଯୋଗେ ଅଁଳାକଟା ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ। ରାତିରେ ଘରକୁ ଫେରି ନଥିଲେ। ଆଜି ସକାଳେ ଗାଁ ପାଖ ଖୁକୁଣ୍ଡି ଗୋଠ କାଜୁ ଜଙ୍ଗଲରୁ ମନୋଜଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ନୋଜଙ୍କ ମୃତଦେହ ପଡ଼ିଥିବା କିଛି ଦୂରରେ ତାଙ୍କ ବାଇକ୍ ପଡ଼ିଛି। ମନୋଜଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରେମ ଜନିତ କାରଣରୁ ମନୋଜଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମନୋଜଙ୍କୁ କିଏ ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛନ୍ତି ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.