ପରକିଆ ପ୍ରୀତିରୁ ହତ୍ୟା ଉଦ୍ୟମ, ପତ୍ନୀ ପ୍ରେମିକର ତଣ୍ଟି କାଟି ସ୍ୱାମୀ ଗିରଫ

add-all

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ତୁରୁମୁଙ୍ଗା ମଝି ସାହିରେ ପରକିଆ ପ୍ରୀତିକୁ ନେଇ ପତ୍ନୀ ପ୍ରେମିକର ତଣ୍ଟି କାଟି ଥିବା ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ବାରିଆ ଥାନା ବଳା ଗ୍ରାମର ଚିନ୍ମୟ ମୁଣ୍ଡା (୩୨) ବୋଲି ଜଣାପଡିଛି। ତୁରୁମୁଙ୍ଗା ମଝିସାହିର ଭାଗୀରଥି ମୁଣ୍ଡା (୨୮)ଙ୍କ ଘରେ ଖଟିଆରେ ଶୋଇଥିବା ବେଳେ ଚିନ୍ମୟ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଭାଗୀରଥିଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଖବର ଅନୁଯାୟୀ ବାରିଆ ଥାନା ବଳା ଗ୍ରାମର ଚିନ୍ମୟଙ୍କ ପତ୍ନୀ ତୁରୁମୁଙ୍ଗା ହାଣ୍ଡିଆ ହାଟରେ ହାଣ୍ଡିଆ ବିକ୍ରି କରିବା ସମୟରେ ଭାଗୀରଥିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ହୋଇଯାଇଥିଲା । ଭାଗୀରଥି ହାଣ୍ଡିଆ ହାଟରୁ ସମ୍ପୃକ୍ତା ମହିଳାଙ୍କୁ ନେଇ କୁଆଡେ ଫେରାର ହୋଇଯିବା ପରେ ଗତ ୧୫ ତାରିଖରେ ଘରକୁ ନେଇ ଫେରିଥିଲେ । ଏକଥା ଚିନ୍ମୟ ଜାଣିବା ପରେ ତୁରୁମୁଙ୍ଗା ଆସି ଭାଗୀରଥିଙ୍କ ପ୍ରରକ୍ରିୟା ପ୍ରୀତି ର ପ୍ରତିଶୋଧ ନେବା ପାଇଁ ତାଙ୍କୁ ବେକ କାଟି ମାରିବା ଉଦ୍ୟମ କରିଥିଲେ । ଏନେଇ ତୁରୁମୁଙ୍ଗା ଥାନା ରେ ୫୭/୨୦୨୩ ରେ ଏକ ମାମଲା ରୁଜୁ କରାଯାଇ ଥାନା ସବ୍ ଇନ୍ସପେକ୍ଟରଙ୍କ ହରିଶଙ୍କର ନାଏକ ଘଟଣାର ତଦନ୍ତ କରି ଆଜି ଅଭିଯୁକ୍ତ ଚିନ୍ମୟ ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ad-week
Leave A Reply

Your email address will not be published.