ଭାରତୀୟ ବଂଶୋଦ୍ଭବଙ୍କୁ ଗଞ୍ଜେଇ ଚୋରାଚାଲାଣ ମାମଲାରେ ଦିଆଗଲା ଫାଶୀ

add-all

ସିଙ୍ଗାପୁର : ଭାରତୀୟ ବଂଶୋଦ୍ଭବଙ୍କୁ ଗଞ୍ଜେଇ ଚୋରାଚାଲାଣ ମାମଲାରେ ଦିଆଗଲା ଫାଶୀ। ସିଙ୍ଗାପୁର ସରକାର ଏହି କଠିନ ଦଣ୍ଡ ଦେଇଛନ୍ତି। ଯାହାକୁ ନେଇ ସବୁଠି ଆଲୋଚନା। ଫାଶୀ ପାଇଥିବା ବ୍ୟକ୍ତି ଜଣକ ୪୬ ବର୍ଷିୟ ଟାଙ୍ଗରାଜୁ ସୁପିୟା। ପ୍ରାୟ ୧ କେଜି କଞ୍ଜେଇ ଚୋରା ଚାଲାଣ କାରବାରରେ ସେ ଧରାପଡ଼ିଥିଲେ। ତାଙ୍କୁ ଆଜି ସିଙ୍ଗାପୁରର ଚାଙ୍ଗି ଜେଲ ପରିସରରେ ଫଶୀ ଦିଆଯାଇଛି। ଏହି କଠିନ ଦଣ୍ଡକୁ କୋହଳ କରିବାକୁ ୟୁଏନ୍‌ ମାନବାଧିକାର ସୁରକ୍ଷା କାର୍ଯ୍ୟାଳୟ ସମେତ ବହୁ ଆନ୍ତର୍ଜାତିକ ଅନୁଷ୍ଠାନ ନିବେଦନ କରିଥିଲେ ହେଁ ଏହାକୁ ଦୃଷ୍ଟି ଦିଆଯାଇନି।
୨୦୧୭ରେ ଟାଙ୍ଗରାଜୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କ ଠାରୁ ୧ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା। ୨୦୧୮ରେ ଏହି ମାମଲାରେ ତାଙ୍କୁ ମୃତ୍ୟୁ ଦଣ୍ଡ ମିଳିଥିଲା। ତେବେ ଏହି ଦଣ୍ଡ କୋହଳ କରିବା ନିମନ୍ତେ ତାର ପରିବାର ସମେତ ବିଭିନ୍ନ ମାନବାଧିକାର ସଂସ୍ଥା ଉଦ୍ୟମ କାରିଥିଲେ। ହେଲେ ସବୁ ବିଫଳ ହୋଇଛି।
ସୂଚନା ଥାଉକି, ସିଙ୍ଗାପୁରରେ ବିଶ୍ୱର ସବୁଠାରୁ କଡ଼ା ଆଇନ ରହିଛି। ବିଶେଷ ଭାବେ ବେଆଇନ ନିଶା କାରବାର ଉପରେ ମୃତ୍ୟୁ ଦଣ୍ଡ ବିଧାନ କରାଯାଇଛି।
ସିଙ୍ଗାପୁରର ପଡ଼ୋଶୀ ଦେଶ ଥାଇଲ୍ୟାଣ୍ଡରେ ମଧ୍ୟ ବେଆଇନ ନିଶା କାରବାର ମାମଲାରେ ଏଭଳି କଡ଼ା ଦଣ୍ଡ ବିଧାନ ଥିଲା। ତେବେ ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ଏହି କଠୋର ଆଇନକୁ ହଟାଇ ଦିଆଯାଇଛି। ଏବେ ସିଙ୍ଗାପୁର ଉପରେ ଏଭଳି ଚାପ ବଢ଼ିବାରେ ଲାଗିଛି।

ad-week
Leave A Reply

Your email address will not be published.