ଉତ୍ତରକୋରିଆକୁ ସିଗାରେଟ ବିକିବାରୁ ଏହି କମ୍ପାନୀ ଉପରେ ୫୨ ହଜାର କୋଟି ଟଙ୍କାର ଜରିମାନା ଲଗାଇଲା ଆମେରିକା

add-all

ନ୍ୟୁୟର୍କ: ଆମେରିକା ଏବଂ ଉତ୍ତର କୋରିଆ ମଧ୍ୟରେ ଥିବା ଶତ୍ରୁତା ବାବଦରେ ତ ଆପଣ ଜାଣିଥିବେ | ଦୁଇଦେଶ ପରସ୍ପରକୁ ଅନେକ ସମୟରେ ଆକ୍ରମଣର ଧମକ ଦେଇଥାନ୍ତି | ଆମେରିକା ମନା କରିବା ସତ୍ତ୍ୱେ ଉତ୍ତର କୋରିଆ ଅନେକ ସମୟରେ ଯୁଦ୍ଧାସ୍ତ୍ରର ପରୀକ୍ଷା ମଧ୍ୟ କରିଥାଏ | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର କହିବୁ ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ | ବାସ୍ତବରେ ବର୍ତ୍ତମାନ ଆମେରିକା ଏହାର ବନ୍ଧୁ ରାଷ୍ଟ୍ର ବ୍ରିଟେନର ଏକ କମ୍ପାନୀ ଉପରେ ହଜାର ହଜାର କୋଟି ଟଙ୍କାର ଜରିମାନା ଲଗାଇଛି କାରଣ ଏହା ଉତ୍ତର କୋରିଆକୁ ସିଗାରେଟ୍ ବିକ୍ରି କରିଥିଲା । ବିଶ୍ୱର ବୃହତ୍ତମ ତମାଖୁ କମ୍ପାନୀ ଭାବରେ ଜଣାଶୁଣା ବ୍ରିଟିଶ-ଆମେରିକାନ ଟୋବାକୋ କମ୍ପାନୀ (BAT) ଉପରେ ଆମେରିକା ୫୨୦୦୦ କୋଟି ଟଙ୍କା ଜରିମାନା ଲଗାଇଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୦୭ ରୁ ୨୦୧୭ ମଧ୍ୟରେ ସିଗାରେଟ ବିକ୍ରି କରାଯାଇଥିଲା |
ଆମେରିକାର ନ୍ୟାୟ ବିଭାଗ ରିପୋର୍ଟ କରିଛି ଯେ ‘ବ୍ୟାଟ’ ଉତ୍ତର କୋରିଆରେ ସିଗାରେଟ୍ ବିକ୍ରୟ କରିବା ପାଇଁ ଅନେକ ଆର୍ଥିକ ଦୁର୍ନୀତି ମଧ୍ୟ କରିଥିଲା। ରିପୋର୍ଟ ଅନୁଯାୟୀ, ୨୦୦୭ ରୁ ୨୦୧୭ ମଧ୍ୟରେ ବ୍ୟାଟ ଏହାର ସହାୟକ କମ୍ପାନୀ ମାଧ୍ୟମରେ ଆମେରିକାର ପ୍ରତିବନ୍ଧକକୁ ଏଡ଼ାଇ ସିଗାରେଟ ବିକ୍ରି କରିବାରେ ସଫଳ ହୋଇଥିଲା। ବ୍ୟାଟ ପ୍ରାୟ ୩୫୦୦୦ କୋଟି ଟଙ୍କା ମୂଲ୍ୟର ତମାଖୁ ଦ୍ରବ୍ୟ ବିକ୍ରି କରିଥିଲା । ଏନେଇ ଜଣାପଡିବା ପରେ ସିଗାରେଟ୍ ଏବଂ ତମାଖୁ ଦ୍ରବ୍ୟ ବିକ୍ରୟ ଅଭିଯୋଗରେ ଆମେରିକା ୫୨ ହଜାର କୋଟି ଟଙ୍କା ଜରିମାନା କରିଛି। ତେବେ ବଡ କଥା ହେଉଛି ଯେ ଏହି ବିକ୍ରିରେ ଜଡିତ ଉତ୍ତର କୋରିଆର ବ୍ୟାଙ୍କର ସିମ ହାଇଓନ-ସୋପ, ଚୀନର କିନ୍ ଗୁମିଙ୍ଗ ଏବଂ ହାନ ଲିନଲିନଙ୍କ ବିରୋଧରେ ଅପରାଧିକ ମାମଲା ମଧ୍ୟ ରୁଜୁ କରାଯାଇଛି । ତେବେ ତିନିଜଣ ଅଭିଯୁକ୍ତ ଫେରାର ଅଛନ୍ତି ।

ad-week
Leave A Reply

Your email address will not be published.