ଦେଶର ସବୁ ଛାତ୍ରଛାତ୍ରୀଙ୍କ ପାଇଁ କାର୍ଯ୍ୟକାରୀ ହେବ ଏଡୁ ଲକର

add-all

ନୂଆଦିଲ୍ଲୀ: କାର୍ଯ୍ୟକାରୀ ହେବାକୁ ଯାଉଥିବା ନୂତନ ଜାତୀୟ ଶିକ୍ଷାନୀତି ଅନୁସାରେ ଏଣିକି ସରକାର ଦେଶର ସବୁ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଏଜୁକେସନ ଲକର ବା (ଏଡୁ ଲକର)ର ସୁବିଧା ଯୋଗାଇ ଦେବେ। ଏଥିପାଇଁ ଦେଶର ସବୁ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିକ ଆଇଡିର ପ୍ରଚଳନ କରାଯିବ ବୋଲି ସୂଚନା ଦେଇଛନ୍ତି ନ୍ୟାସନାଲ ଏଜୁକେସନ ଟେକ୍ନିକାଲ ଫୋରମ (ଏନଇଟିଏଫ)ର ଅଧ୍ୟକ୍ଷ ଅନିଲ ଡି ସହସ୍ରବୁଦ୍ଧେ। ତେବେ, ଆସନ୍ତୁ ଜାଣିବା ଛାତ୍ରଛାତ୍ରୀଙ୍କ ପାଇଁ ୟୁନିକ ଆଇଡି ଓ ଡିଜିଟାଲ ଏଜୁକେସନ ଲକର ପ୍ରଚଳନ ହେଲେ ସେମାନଙ୍କୁ କ’ଣ ସବୁ ସୁବିଧା ଉପଲବ୍ଧ ହେବ…
– ଜାତୀୟ ଶିକ୍ଷାନୀତି ଅନୁସାରେ ତିନି ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଏଡୁ ଲକର
– ଡିିଆଇସି, ଏନଆଇସି, ଏନଇଟିଏଫ ମିଳିତ ଭାବେ ଏହାକୁ ପ୍ରସ୍ତୁତ କରୁଛି
– ଏଥିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିବରଣୀ ରେକର୍ଡ ହୋଇ ରହିବ।
– ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ୱତନ୍ତ୍ର ଆଇ କାର୍ଡ।
– ଏଥିରେ ପିଲାଙ୍କ ନାମ, ଫୋନ ନମ୍ବର, ଯେତେସବୁ ଡିଗ୍ରି ପାଇଥିବେ ସେସବୁର ସମସ୍ତ ତଥ୍ୟ ଓ ସବିଶେଷ ବିବରଣୀ ରହିବ।
– ଏହା ଅଗଷ୍ଟ ସୁଦ୍ଧା ଏହା ଲଞ୍ଚ ହୋଇପାରେ।
– ଗୋଟିଏ ସ୍କୁଲରୁ ଅନ୍ୟ ଗୋଟିଏ ସ୍କୁଲ ଏବଂ ଗୋଟିଏ ଶିକ୍ଷାନିଷ୍ଠାନରୁ ଅନ୍ୟ ଗୋଟିଏ ଶିକ୍ଷାଅନୁଷ୍ଠାନକୁ ଗଲେ ଛାତ୍ରଛାତ୍ରୀଙ୍କୁ ଆଉ କୌଣସି ଫର୍ମ ପୂରଣ କରିବାକୁ ପଡ଼ିବନି।
– ଆଉ ସାର୍ଟିଫିକେଟ ହଜିବାର ଭୟ ନାହିଁ।
– ହାଇସ୍କୁଲରୁ କଲେଜ ଯିବା ଲାଗି ମଧ୍ୟ ଆଉ ଭରିବାକୁ ପଡ଼ିବନି ଫର୍ମ।
– ଛାତ୍ରଛାତ୍ରୀଙ୍କ ଯାତ୍ରା ସୁଗମ ହେବ।
– ସ୍କଲାରସିପ୍‌ (ଛାତ୍ରବୃତ୍ତି) ଠାରୁ ଆରମ୍ଭ କରି ରିହାତି ପର୍ଯ୍ୟନ୍ତ ସମସ୍ତ ତଥ୍ୟ ପାଇପାରିବେ ଛାତ୍ରଛାତ୍ରୀ।
– ଏହାର ଡ୍ରାଫ୍‌ଟ ଡକୁମେଣ୍ଟ ପ୍ରସ୍ତୁତ ହୋଇଛି, ଲୋକଙ୍କ ରାୟ ନିଆଯାଉଛି। ଏଥିରେ ଆଉ କିଛି ପରିବର୍ତନ ହୋଇପାରେ।
– ଗୋଟେ କଲେଜରୁ ଅନ୍ୟ ଏକ କଲେଜକୁ ଯିବାକୁ ହେଲେ ଆଉ ଦରକାର ପଡ଼ିବନି ମାଇଗ୍ରେସନ ସାର୍ଟିଫିକେଟ।
– ଛାତ୍ରଛାତ୍ରୀ ସରକାରୀ ସୁବିଧା ପାଇବା ସହଜ ହେବ।
– ଛାତ୍ରଛାତ୍ରୀଙ୍କୁ ଯେକୌଣସି ସ୍ଥାନରୁ ପାଠ ପଢିବା, ଚାକିରୀ ପାଇବାର ସୁବିଧା ମିଳିପାରିବ।
– ଏଥିରେ ଛାତ୍ର, ଶିକ୍ଷକ ଏବଂ ଶିକ୍ଷା ଅନୁଷ୍ଠାନକୁ ମଧ୍ୟ ପଞ୍ଜିକରଣ କରିବାକୁ ପଡ଼ିବ
– ଶିକ୍ଷାନୁଷ୍ଠାନ ପ୍ରମାଣ ଦେବ, ଛାତ୍ର ତାଙ୍କ ଅନୁଷ୍ଠାନର ବୋଲି ଏହାଦ୍ୱାରା ଫେକ ସାର୍ଟିଫିକେଟ ବନ୍ଦ ହେବ, ସ୍ୱଚ୍ଛତା ଆସିବ।

ad-week
Leave A Reply

Your email address will not be published.