ନୂଆଗାଁ ଧମକପୂର୍ଣ୍ଣ ପୋଷ୍ଟର ଓ ଜେ.ସି.ବି.ରେ ନିଆଁ ଘଟଣାରେ ନୂଆଁ ମୋଡ଼…

add-all

ନିଜେ ଖୋଳି ଥିବା ଗାତରେ ଫସିବେ ଠିକାଦାର…!!


ସୁନ୍ଦରଗଡ଼/ନୂଆଗାଁ:(୨୭/୦୪/୨୦୨୩) ଗତ ୨୫ ଅପ୍ରେଲ ମଙ୍ଗଳବାର ଦିନ ଓଡ଼ିଶା ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ନୂଆଗାଁରେ ଘଟିଥିବା ଅଗ୍ନିକାଣ୍ଡ ଏବଂ PLFI ଲେଖା ଥିବା ପୋଷ୍ଟର ଘଟଣାରେ ତଦନ୍ତ ଜାରି ରହିଥିବା ହତିବରୀ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି। ତେବେ ସୂଚନା ମୁତାବକ ଉକ୍ତ ଘଟଣାରେ ମାଓ ସଂଗଠନର ସମ୍ପୃକ୍ତିକୁ ଖଣ୍ଡନ କରି ଶ୍ରୀ ମଲ୍ଲିକ କହିଛନ୍ତି ଯେ , ଏଯାବତ୍ ଉକ୍ତ ଠିକାଦାର ବି.ମୂର୍ତ୍ତି ପିଲାଇଙ୍କ ତରଫରୁ କୌଣସି ଅଭିଯୋଗ ଦାଖଲ ହୋଇ ପାରିନାହିଁ । ଯଦିଓ ଇତି ମଧ୍ୟରେ ବାରମ୍ବାର ତାଙ୍କ ସହ ପୋଲିସ୍ ପ୍ରଶାସନ ଯୋଗାଯୋଗ ସ୍ଥାପନ କରିବାର ଉଦ୍ୟମ କରୁଛନ୍ତି କିନ୍ତୁ ସମ୍ପୃକ୍ତ ଠିକାଦାର ଫୋନ୍ ସୁଦ୍ଧା ଉଠାଉନାହାନ୍ତି। ତେବେ ପ୍ରାଥମିକ ପର୍ଯ୍ୟାୟରେ ମିଛ ମାଓ ପୋଷ୍ଟର ଛାପିଥିବାର ଅନେକ କାରଣକୁ ଦିଶା ନିର୍ଦ୍ଦେଶ କରୁଛି ଯେପରିକି ଠିକାଦାର ଅନେକ ପ୍ରକାରର ଋଣ ବୋଝକୁ ସହ୍ୟ ନକରିପାରି ନିଜକୁ ଦାୟିତ୍ୱରୁ ମୁକ୍ତ କରିବାକୁ ଏଭଳି ଏକ ନାଟକୀୟ ଢଙ୍ଗରେ ସମ୍ପୂର୍ଣ୍ଣ ଘଟଣାର ପୃଷ୍ଠଭୂମି ତିଆରି କରିଥାଇ ପାରନ୍ତି ଅବା ଉକ୍ତ ନିର୍ମାଣ କାର୍ଯ୍ୟରେ କୌଣସି ଅବହେଳାକୁ ମାଓ ରୂପରେଖ ଦେଇ ପଳାୟନ ପନ୍ଥି ହେବାର ହୀନ ଉଦ୍ୟମ କରୁଥାଇ ପାରନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଉକ୍ତ ଠିକାଦାର ପୂର୍ବରୁ ମୁମ୍ବାଇର ଏକ କୋର୍ଟରେ ଅର୍ଥ ଠକେଇ ଅଭିଯୋଗରେ ଗିରଫ ହୋଇ ଜାମିନ୍ ରେ ବାହାରିଥିବା ଜଣା ପଡ଼ିଛି । ତେବେ ପୋଲିସ୍ ପକ୍ଷରୁ ଜନ ସାଧାରଣଙ୍କୁ ନିର୍ଭୟରେ ରହିବା ପାଇଁ ପରାମର୍ଶ ଦିଆଯାଇଥିବା ସହ ଘଟଣାର ସତ୍ୟାସତ୍ୟ ଖୁବ୍ ଶୀଘ୍ର ସାର୍ବଜନୀନ ହେବ ବୋଲି ପ୍ରତିଶ୍ରୁତି ମିଳିଛି ।

ad-week
Leave A Reply

Your email address will not be published.