ନୂଆପଡ଼ାରେ ପୁଣି ବାଛୁରୀକୁ ମାରି ଖାଇଲା ବାଘ

add-all

ନୂଆପଡ଼ା : ନୂଆପଡ଼ାରେ ଥମୁନି ବାଘ ଆତଙ୍କ। ପୁଣି ବାଛୁରୀକୁ ମାରି ଖାଇଲା ବାଘ । ଗତ ରାତିରେ ନୂଆପଡ଼ା ସଦର ରେଞ୍ଜ ଆମାନାରା ସେକସନର ତରିଆମହୁଆଭଟା ଗାଁରେ ପୁଣି ଗୋଟିଏ ବାଛୁରୀକୁ ମାରି ଖାଇଛି ବାଘ। ଆଜି ସକାଳେ ଗାଁର ଭାଗିରଥୀ ରାଉତଙ୍କ ବାଛୁରୀ ଗୁହାଳରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ବାଘ ଆକ୍ରମଣ କରି ମାରି ଖାଇ ଦେଇଥିବା ଜଣା ପଡ଼ିଛି।

ଗତ ମାର୍ଚ୍ଚ ୧୫ ତାରିଖ ଦିନ ଏହି ବାଛୁରୀକୁ ବାଘ ଆକ୍ରମଣ କରି ଗୁରୁତର କରି ଦେଇଥିଲା। ଗାଁ ଭିତରକୁ ଆସି ବାଘ ବାଛୁରୀକୁ ମାରି ଖାଇଲା ପରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ସୂଚନା ପାଇବା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହା ଏକ କଲରାପତରିଆ ବାଘ ବୋଲି ଜଣାଯାଇଛି।

ad-week
Leave A Reply

Your email address will not be published.