ଆଳି ଡଙ୍ଗା ବୁଡ଼ି ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଅନୁକମ୍ପାମୂଳକ ସହାୟତା ରାଶି

add-all

ଭୁବନେଶ୍ବର/ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ଏକମାଣିଆଘାଟରେ ନୌକା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏହା ସହିତ ଆଜି ସନ୍ଧ୍ୟା ସୁଦ୍ଧା ଏହି ଅର୍ଥ ତାଙ୍କ ପରିବାରକୁ ଦେବା ପାଇଁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଆଜି ସକାଳ ୬ଟାରେ ବ୍ରାହ୍ମଣୀ ନଦୀର ଏକମାଣିଆ-ଦକ୍ଷିଣଡିହା ନଦୀଘାଟରେ ନୌକା ଦୁର୍ଘଟଣା ଘଟିଥିଲା। କେରଡାଗଡରୁ କଟକ ଯାଉଥିବା ଥିବା ଏକ ବସ୍ ଧରିବା ପାଇଁ ଏକମାଣିଆ, ନଳପାହି,ଦକ୍ଷିଣଡିହା ଗ୍ରାମର ପ୍ରାୟ ୪୦ ଯାତ୍ରୀ ଦକ୍ଷିଣଡିହା ନଦୀଘାଟରୁ ଏକ ଯନ୍ତ୍ରଚାଳିତ ଡଙ୍ଗାରେ ବସିଥିଲେ। ବସ୍ ଧରିବା ପାଇଁ ତରବର ହେଉଥିବା ଯାତ୍ରୀମାନେ ନଦୀପଠାରେ ଲାଗିଥିବା ଡଙ୍ଗାକୁ ଦକ୍ଷିଣ ଡିହା ନଦୀଘାଟରୁ ନଦୀ ଭିତରକୁ ଠେଲୁଥିବା ସମୟରେ ଡଙ୍ଗାଟି ହଠାତ୍ କ୍ଷିପ୍ରଗତିରେ ନଦୀ ଭିତରକୁ ଚାଲିଯାଇ ଭାରସାମ୍ୟ ହରାଇ ଗଭୀର ଗଣ୍ଡରେ ବୁଡ଼ି ଯାଇଥିଲା। ଘାଟିଆ ସୁଦର୍ଶନ ସ୍ବାଇଁ ବୁଡ଼ି ଯାଉଥିବା ଯାତ୍ରୀମାନଙ୍କୁ ଜଣକ ପରେ ଜଣେ ଉଦ୍ଧାର କରିଥିଲେ। ହେଲେ ନଦୀରେ ବୁଡ଼ିଥିବା ଦେବେନ୍ଦ୍ର ବେହେରା(୧୨)ଙ୍କୁ ଉଦ୍ଧାର କରିବା ସମୟରେ ଉଭୟେ ଗଭୀର ଜଳରେ ବୁଡି ନିଖୋଜ ହୋଇଯାଇଥିଲା। ପରେ ଦେବେନ୍ଦ୍ରର ମୃତଦେହ ଉଦ୍ଧାର କରାଯାଇଥିଲା।

ad-week
Leave A Reply

Your email address will not be published.