ଦିଲ୍ଲୀ ପୁଲିସ ଉପରେ ଭରସା ନାହିଁ, ବ୍ରଜଭୂଷଣଙ୍କ ବିରୋଧରେ ଦୁର୍ବଳ ଏଫଆଇଆର ଦାଖଲ କରିପାରେ : କୁସ୍ତିଯୋଦ୍ଧା

add-all

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ର ସଭାପତି ବ୍ରଜଭୂଷଣ ଶରଣ ସିଂହଙ୍କ ଯୌନ ନିର୍ଯାତନା ବିରୋଧରେ ଦେଶର ପ୍ରମୁଖ କୁସ୍ତିଯୋଦ୍ଧାମାନଙ୍କ ଆବେଦନର ଶୁଣାଣି ଆଜି ସୁପ୍ରିମ୍ କୋର୍ଟରେ ହୋଇଛି । ଏହାପରେ ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାମାନେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଆମେ ସୁପ୍ରିମକୋର୍ଟଙ୍କ ଆଦେଶକୁ ସମ୍ମାନ କରୁଛୁ। କିନ୍ତୁ ଆନ୍ଦୋଳନ ଜାରି ରହିବ। ଆମେ ଦିଲ୍ଲୀ ପୋଲିସଉପରେ ବିଶ୍ୱାସ କରୁନାହୁଁ, ସେମାନେ ଦୁର୍ବଳ ଏଫଆଇଆର ଦାଖଲ କରିବେ ।
ବିକ୍ଷୋଭ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାମାନେ କହିଛନ୍ତି ଯେ ସେମାନେ ଦିଲ୍ଲୀ ପୋଲିସର ତଦନ୍ତ ଉପରେ ବିଶ୍ୱାସ କରନ୍ତି ନାହିଁ । ବିଳମ୍ବରେ ମାମଲା ରୁଜୁ ହୋଇଛି । ବ୍ରଜଭୂଷଣ ସିଂହଙ୍କୁ ସମସ୍ତ ପଦବୀରୁ ହଟାଇ ଦିଆଯାଉ। କ୍ରୀଡ଼ାକୁ ବଞ୍ଚାଇବାକୁ ହେଲେ ଆମକୁ ଏକାଠି ହେବାକୁ ପଡ଼ିବ। ବ୍ରିଜ ଭୂଷଣ ଏହି ପଦର ଅପବ୍ୟବହାର କରିପାରନ୍ତି। ବ୍ରଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତୁରନ୍ତ ଜେଲ୍ ପଠାଯାଉ । ତାଙ୍କ ଭଳି ଲୋକଙ୍କୁ ଦଣ୍ଡ ଦେବା ପାଇଁ ଏହି ଲଢ଼େଇ ଚାଲିଛି। ସେମାନଙ୍କୁ ଜେଲରେ ରହିବାକୁ ପଡ଼ିବ ଏବଂ ସେମାନଙ୍କ ବିଭାଗ ଛଡ଼ାଇ ନେବାକୁ ପଡ଼ିବ ।

ଆସନ୍ତା ଶୁକ୍ରବାରଦିନ ସୁପ୍ରିମକୋର୍ଟ ମାମଲାର ପୁଣି ଶୁଣାଣି କରିବେ । ଏହି ସମୟରେ ଅଭିଯୋଗକାରିଣୀଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ad-week
Leave A Reply

Your email address will not be published.