ଏସିଆନ୍‌ ୟୁଥ୍‌ ଚାମ୍ପିଅନସିପ୍‌ରେ ରୌପ୍ୟ ପଦକ ଜିତିଲେ ଓଡ଼ିଆ ପୁଅ ବାପି ହାଂସଦା

add-all

ଏସିଆନ୍‌ ୟୁଥ୍‌ ଚାମ୍ପିଅନସିପ୍‌ରେ ରୌପ୍ୟ ପଦକ ଜିତିଲେ ଓଡ଼ିଆ ପୁଅ ବାପି ହାଂସଦା । ୪୦୦ ମିଟର ହର୍ଡଲ୍ସରେ ଜିତିଲେ ରୌପ୍ୟ ପଦକ । ୫୧.୩୮ ସେକେଣ୍ଡରେ ଅତିକ୍ରମ କଲେ ଦୂରତା । ଏନେଇ ଟ୍ଵିଟ କରି ଶୁଭେଚ୍ଛା ଜଣାଇଛନ୍ତି କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା । ଭାରତୀୟ ଆଥଲେଟିକ୍ସଙ୍କ ପାଇଁ ଏହା ଏକ ଭଲ ଖବର । ଏହି ବାଳକ ଆମ ସମସ୍ତଙ୍କୁ ଅନେକ ବର୍ଷ ପାଇଁ ଗର୍ବିତ କରିବାକୁ ଯାଉଛି ବୋଲି କହିଛନ୍ତି ଭିନୀଲ କ୍ରିଷ୍ଣା । ଉଜବେକିସ୍ତାନର ତାସକେଣ୍ଟରେ ଆୟୋଜିତ ହୋଇଥିଲା ପଞ୍ଚମ ଏସିଆନ୍‌ ୟୁଥ୍‌ ଚାମ୍ପିଅନସିପ୍‌ ।

ଏହାପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ମାସରେ କର୍ଣ୍ଣାଟକର ଉଡ଼ୁପି ଠାରେ ଅନୁଷ୍ଠିତ ହୋଇଥିବା ୧୮ ତମ ଜାତୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତା ୪ଶହ ମିଟର ହର୍ଡଲ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଏସୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଏଥି ସହିତ ବାପି ୧୮ ବର୍ଷରୁ କମ୍ ବର୍ଗରେ ୪୦୦ ମିଟର ହର୍ଡଲ୍ସରେ ବିଶ୍ବର ନମ୍ବର ଓ୍ବାନ୍ ହୋଇଥିଲେ । ବାପିଙ୍କ ଏହି ସଫଳତା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାପି ହାଂସଦାଙ୍କୁ ୨୫ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ବାପିଙ୍କର ସଫଳତା ପରେ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ତାଙ୍କ କୋଚ୍ ଓ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ଏଥି ସହିତ ଆଗାମୀ ପ୍ରତିଯୋଗୀତା ପାଇଁ କଠିନ ପରିଶ୍ରମ ପାଇଁ ଉପଦେଶ ଦେଇଥିଲେ।

ad-week
Leave A Reply

Your email address will not be published.