ଉଚ୍ଚ ତୋରଣ ଉପରେ ଚଢିଯାଇ ଯୁବକଙ୍କ କାଣ୍ଡ

add-all

ପାଟଣାଗଡ: ସୋଲେ ଫିଲ୍ମ ଷ୍ଟାଇଲରେ ପ୍ରେମିକ ପ୍ରେମ ନିବେଦନ କରିବାକୁ କେତେବେଳେ ପାଣି ଟାଙ୍କି ଉପରେ ଚଢିଯାଇଥିବାର ଆପଣ ଦେଖିଛନ୍ତି ତ କେତେବେଳେ ଶନି ଠାକୁର ଗୋଡାଇବାରୁ ୩୩କେଭି ଇଲେକ୍ଟ୍ରିକ୍‌ ଖୁଣ୍ଟି ଉପରେ ମହିଳା ଚଢିଯାଇଥିବାର ଦେଖିଛନ୍ତି। ଆଉ କେତେବେଳେ ପ୍ରେମିକାକୁ ନିଜର ପ୍ରେମ ଜଣାଇବା ପାଇଁ ବିଦ୍ୟୁତ୍‌ ଖୁଣ୍ଟରେ ଯୁବକ ଚଢ଼ିଯାଇଛନ୍ତି ତ ଆଉ କେତେବେଳେ ନାଚିବା ଭୂତ ଏମିତି ସବାର ହେଲା ଯେ ସାର୍ଟ ଖୋଲି ଟ୍ରାଫିକ୍‌ ପୋଷ୍ଟରେ ଚଢ଼ିଯାଇଛନ୍ତି। ସୋସିଆଲ୍ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ୍ ହୋଇଥାଏ ପ୍ରତିଦିନ। ଠିକ୍ ଏଭଳି ଏକ ଭିଡିଓ ଏବେ ପୁଣି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।

ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଦିଆଯାଇଥିବା ତୋରଣ ଉପରେ ଜଣେ ଯୁବକର ପାଗଳାମୀ କଏଦ ହୋଇଛି କ୍ଯାମେରାରେ। ଭିଜୁଆଲରେ ଦେଖିବାକୁ ମିଳୁଛି କେତେ ଉଚ୍ଚ ତୋରଣ ଉପରେ ଚଢି ଯୁବକ ଜଣକ ବାହାଦୁରୀ ମାରୁଛି। ତାପରେ ସେହି ତୋରଣ ଉପରେ ବ୍ୟାୟାମ କରୁଛି । ଯାହାର ଦୃଶ୍ୟ ଏବେ ବେଶ ଭାଇରଲ ହେଉଛି। ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଦିଆଯାଇଥିବା ବଳଦେବଜୀଉ ଦ୍ୱାର ତୋରଣ ଉପରେ ଯୁବକ ଜଣକ ବ୍ୟାୟାମ କରୁଥିବା ଦେଖି ଦେଖଣାହାରୀଙ୍କ ଛାତି ଥରିଉଠିଥିଲା। କାରଣ ଥରେ ଭାବିଲେ ଯଦି କିଛି ଅଘଟଣ ଘଟିଛି ଆଉ ଯୁବକ ଜଣକ ଯଦି ଉପରୁ ପଡିଯିବ ତାହାହେଲେ କଣ ହେବ।

ତେବେ ଯାହା ସୂଚନା ମିଳିଛି, ଏହି ଯୁବକ ହେଉଛନ୍ତି ବଥର୍ଲା ଗାଁର ହିରୁ। ସେ ମଦ୍ୟପାନ କରି ଏଭଳି କାଣ୍ଡ କରୁଥିବା ଶୁଣିବାକୁ ମିଳୁଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଏ ଭିଡିଓ ବେଶ ଭାଇରଲ ହେବାରେ ଲାଗିଛି । ତେବେ କିଛି ସମୟରେ ଯାଏ ଯୁବକଟି ନିଜର ସମସ୍ତ ସାଧାରଣ ଜ୍ଞାନ ହରାଇବସିଥିବାବେଳେ, ନିଶା କମିବାପରେ ତଳକୁ ଓହ୍ଲାଥିବା କୁହାଯାଉଛି।

ad-week
Leave A Reply

Your email address will not be published.