ବିବାହ ବନ୍ଧନରେ ବାନ୍ଧି ହେବେ ପୁରୀ ଓ ରାୟଗଡ଼ା ଜିଲ୍ଲାପାଳ

add-all

ପୂରୀ : ବିବାହ କରିବେ ପୁଣି ଆଉ ଦୁଇ ଜିଲ୍ଲାପାଳ। କିଛି ଦିନ ତଳେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ବିବାହ କରି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ପୁଣି  ଦୁଇଜିଲ୍ଲାପାଳ ବିବାହ କରି ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି।

ରାୟଗଡ଼ା ଜିଲ୍ଲାପାଳ ସ୍ୱେଧା ଦେବ ସିଂହଙ୍କୁ ବିବାହ କରିବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ଆସନ୍ତା ୧୫ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବେ ହେବ ଦୁଇ ଜିଲ୍ଲାପାଳ। ଏଥିପାଇଁ ବାରଣାସୀରେ ଭବ୍ୟ ବିବାହର ଆୟୋଜନ କରାଯାଇଛି। କିଛି ବରିଷ୍ଠ ଅଧିକାରୀ, ସେବାୟତଙ୍କୁ ବି ଏହି ବିବାହକୁ ନିମନ୍ତ୍ରଣ କରାଯାଇଛି ଓ ଏଥିପାଇଁ ନିମନ୍ତ୍ରଣ କାର୍ଡ ବଣ୍ଟନ କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଆସନ୍ତା ୬ ତାରିଖରେ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକ ପରେ ପୁରୀ ଜିଲ୍ଲାପାଳ ଶ୍ରୀ ବର୍ମା ବିବାହ ପାଇଁ ଛୁଟିରେ ଯିବାର କାର୍ଯ୍ୟକ୍ରମ ରହିଛି। ସେ ଆସନ୍ତା ୭ ତାରିଖରୁ ବିବାହ ପାଇଁ ଲମ୍ବା ଛୁଟିରେ ଯିବେ ବୋଲି ଜଣାପଡ଼ିଛି। ଅପରପକ୍ଷେ ରାୟଗଡ଼ା ଜିଲ୍ଲାପାଳ ବି ଆସନ୍ତା ୭ ତାରିଖରୁ ବିବାହ ପାଇଁ ଛୁଟିରେ ଯାଉଥିବା ଶୁଣିବାକୁ ମିଳିଛି। ବାରଣାସୀରେ ରାୟଗଡ଼ ଜିଲ୍ଲାପାଳଙ୍କ ଘର ହୋଇଥିବାରୁ ସେଠାରେ ଝିଅ ଘର ପକ୍ଷରୁ ଭବ୍ୟ ବିବାହର ଆୟୋଜନ କରାଯାଇଛି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲାପାଳ ଶ୍ରୀ ବର୍ମା ପୂର୍ବରୁ ରେଳବାଇର ବରିଷ୍ଠ ଅଧିକାରୀ ସୁଚି ସିଂହଙ୍କୁ ବିବାହ କରିଥିଲେ। ଶ୍ରୀ ବର୍ମା ସମ୍ବଲପୁର ଜିଲ୍ଲାପାଳ ଥିବା ସମୟରେ ଦୁଇଜଣଙ୍କ ବିବାହ ବିଚ୍ଛେଦ ହୋଇଥିଲା। ସେହିଭଳି ରାୟଗଡ଼ ଜିଲ୍ଲାପାଳ ଶ୍ରୀମତୀ ସିଂହ ପୂର୍ବରୁ ବର୍ତ୍ତମାନର ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ବିବାହ କରିଥିଲେ। ଦୁଇଜଣଙ୍କ ଭିତରେ ବିବାହ ବିଚ୍ଛେଦ ପରେ ଶ୍ରୀ ରଣା ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ବିବାହ କରିଛନ୍ତି।

ad-week
Leave A Reply

Your email address will not be published.