ସି.ଆଇ.ଏସ.ଏଫର ଶାରୀରିକ ପରୀକ୍ଷା ଦେଉଥିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ

add-all

ଅନୁଗୁଳ: ନାଲ୍‌କୋ ନଗରରେ ସି.ଆଇ.ଏସ.ଏଫର ଶାରୀରିକ ପରୀକ୍ଷା ଦେବା ବେଳେ ଯୁବକଙ୍କ ମୃତ୍ୟୁ। ଅନୁଗୁଳ ଜିଲ୍ଲା ନାଲ୍‌କୋ ନଗରଠାରେ ଷ୍ଟାପ ସିଲେକ୍ସନ କମିଶନ ଅଧୀନରେ ସି.ଆଇ.ଏସ.ଏଫ୍‌ର ଶାରୀରିକ ପରୀକ୍ଷା ଚାଲିଥିଲା।

ଗତକାଲି ସକାଳ ୯.୩୦ ମିନିଟ୍‌ରେ ଦୌଡୁଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ପୁରୁଷୋତ୍ତମ ସାହୁ । ମୃତ ଯୁବକଙ୍କ ବରଗଡ଼ ଜିଲ୍ଲା, ଶରଧାପାଲି ଥାନା ଅଞ୍ଚଳରେ ବୋଲି ଜଣା ପଡିଛି । ପୁରୁଷୋତ୍ତମ ଦୌଡୁଥିବା ସମୟରେ ହଠାତ ତାଙ୍କର ହୃଦ ସ୍ପନ୍ଦନ ବଢି ଯାଇଥିଲା । ସେ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ସାଙ୍ଗେ ସାଙ୍ଗେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରିବାର ଲୋକ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ। ପରେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।

ad-week
Leave A Reply

Your email address will not be published.