ଦୁଇଦିନିଆ ଓଡ଼ିଶା ଗସ୍ତରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ

Independence

ପୁରୀ: ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗ୍ରସ୍ତରେ ଆସିଛନ୍ତି। ଏହି ଗସ୍ତର ପ୍ରଥମ ଦିନରେ ସେ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ସେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ପରିସର ଭିତରେ ସେ ପ୍ରାୟ ଅଧ ଘଣ୍ଟା ଯାଏଁ ରହିଥିଲେ ଏବଂ ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ୱଳ ହୋଇପଡ଼ିଥିଲେ। ଭିତର କାଠ ନିକଟରୁ ସେ ରତ୍ନସିଂହାସନସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବା ପରେ ମା ବିମଳା, ମା ଲକ୍ଷ୍ମୀ, ସାକ୍ଷୀଗୋପୀନାଥ, କାନପୋତା ହନୁମାନ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରିଥିଲେ।

ମହାପ୍ରଭୁଙ୍କୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଦର୍ଶନ ନେଇ ପୁରୀ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଭବ୍ୟ ସ୍ଵାଗତ କରାଯାଇଥିଲା। ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଆଡଭୋକେଟ୍‌ ଜେନେରାଲ (ଏଜି) ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଉପସ୍ଥିତ ଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ଓ ବ୍ୟାପକ ପୁଲିସ ମୁତୟନ ଥିଲେ। ଏହି ସମୟରେ ମନ୍ଦିର ପରିସରରେ ସାଧାରଣ ଭକ୍ତଙ୍କୁ ବାରଣ କରାଯାଇଥିଲା।

ସୂଚନାଯୋଗ୍ୟ, ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କର ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ଆସନ୍ତାକାଲି (ଶନିବାର) କଟକ ଜୁଡିସିଆଲ ଏକାଡେମୀରେ ଆୟୋଜନ ହେବାକୁ ଥିବା ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପର ଲେସ କୋର୍ଟ ସମ୍ମିଳନୀରେ ଯୋଗ ଦେବେ।

ad-week
Leave A Reply

Your email address will not be published.