ଶିକ୍ଷକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ

add-all

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଖର୍ଲା ବାଇପାସ୍ ବ୍ରିଜ୍ ନିକଟରେ ଆଜି ସକାଳେ ଜଣେ ଶିକ୍ଷକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ ହୋଇଛି। ତାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଥିବାର ସନ୍ଦେହ କରାଯାଉଛି। ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଶିକ୍ଷକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ କୁଚିଣ୍ଡା ଥାନା ପୋଲିସକୁ ଖବର ଦେଇଥିଲେ। ମୃତକ ହେଲେ ମନ୍ତ୍ରୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୃଥ୍ବୀରାଜ ମହାନନ୍ଦ ।

ସୂଚନା ଅନୁଯାୟୀ ଗତକାଲି ଶିକ୍ଷକ ଜଣଙ୍କ କୌଣସି କାମରେ ବାହାରକୁ ଯାଇଥିଲେ। ହେଲେ ରାତିରେ ଘରକୁ ଫେରି ନଥିଲେ। ଆଜି ସକାଳେ ଖର୍ଲା ପୋଲ ନିକଟରେ ଶିକ୍ଷକଙ୍କ ଗଳାକଟା ଅବସ୍ଥାରେ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପରିବାରଲୋକ ଓ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ତେବେ ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଶବ ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଯିବ ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.