ଗିରଫ ଠକ ମୌଲାନାର ରିମାଣ୍ଡ ଶେଷ, ୯୫ ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍, ୬ଟି ଏତଲା ପଞ୍ଜୀକୃତ

add-all

କଟକ: ଗିରଫ ଠକ ମୌଲାନାର ରିମାଣ୍ଡ ଶେଷ ହୋଇଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ତନ୍ତ୍ରମନ୍ତ୍ର ନାଁରେ ଲୋକଙ୍କଠାରୁ କୈଫି ଖାନ୍ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଛି। ତା ନାଁରେ ୬ ଟି ଏତଲା ପଞ୍ଜୀକୃତ ହୋଇଛି। ଏଥିମଧ୍ୟରୁ ୫ ଟି  ମଙ୍ଗଳାବାଗ ଥାନା ଓ ଗୋଟିଏ ସଦର ଥାନାରେ ପଞ୍ଜୀକୃତ ହୋଇଛି। ଠକାମୀ ଟଙ୍କାର ବିନିଯୋଗ ନେଇ ପୁଲିସ ଅଧିକ ତଥ୍ୟ ହାସଲ କରିଛି।

କଟକ ଡିସିପି ପିନାକ ମିଶ୍ର ଆହୁରି କହିଛନ୍ତି, ଠକ ମୌଲାନାର ୯୫ଟି ବ୍ୟାଙ୍କ  ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି। ଯେଉଁଥିରେ ୨୯ ଲକ୍ଷ ୫୬ ହଜାର ଟଙ୍କାର ଥିଲା। କେତେକ ଏଲଆଇସି ବଣ୍ଡ ଜବତ କରାଯାଇଛି। ଠକାମିର ପଇସା ଏଥିରେ ବିନିଯୋଗ ହୋଇଛି କି ନାହିଁ ସେ ନେଇ ତଦନ୍ତ ଚାଲିଛି। ଯଦି ଠକ ମୌଲାନାର ଠକାମିର ଶିକାର ବ୍ୟକ୍ତି ଆଉ କିଏ ଥିବେ ସେମାନେ ଆସି ଏତଲା ଦେଇ ପାରିବେ।

ad-week
Leave A Reply

Your email address will not be published.