ପିକ୍‌ଅପରେ ବସି ବାହାଘର ଉତ୍ସବକୁ ଯାଉଥିଲେ, ଟ୍ରକ୍‌ ଚଢ଼ି ଯିବାରୁ ୮ ମୃତ ଓ ୧୫ ଆହତ

newyr25

ଲକ୍ଷ୍ନୌ : ଏକ ଯାତ୍ରୀବାହୀ ପିକ୍‌ଅପ୍‌କୁ ଦୃତଗତିରେ ଯାଉଥିବା ଟ୍ରକ୍ ଧକ୍କା ହେବାରୁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଯେତେବେଳେକି ୧୫ ଜଣ ଲୋକ ଗୁରୁତର ହୋଇଛନ୍ତି। ମୃତଙ୍କ ଭିତରେ ଜଣେ ଶିଶୁ ରହିଛି। ଆଜି ଉତ୍ତରପ୍ରଦେଶ ମୋରଦାବାଦ୍‌ ଅନ୍ତର୍ଗତ ଦଳପାଟପୁର-କାଶୀପୁର ରାସ୍ତାର ଖାଇରଖାତା ଗ୍ରାମ ନିକଟରେ ଏହି ଘଟଣା ଘଟିଛି।
ଦୁର୍ଘଟଣାଗ୍ରସ୍ତ ପିକ୍‌ଅପରେ ଗୋଟିଏ ପରିବାରର ସଦସ୍ୟମାନେ ବସି ଏକ ବାହାଘର ଉତ୍ସବକୁ ଭୋଜି ଖାଇବା ପାଇଁ ଯାଉଥିଲେ। ଦୃତଗତିରେ ଆସୁଥିବା ଟ୍ରକ୍‌ଟି ପିକ୍‌ଅପ ଉପରେ ଚଢ଼ି ଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଉଦ୍ଧାର କାର୍ଯ୍ୟ କରିବା ସହ ପୁଲିସକୁ ଖବର ଦେଇଥିଲେ। ଦୁର୍ଘଟଣା ପରେ ପିକ୍‌ଅପ ଭିତରେ ଲୋକମାନେ ଚାପି ହୋଇ ରହିଯାଇଥିଲେ। ବହୁ ଚେଷ୍ଟା ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଭିତରୁ ବାହାର କରାଯାଇଥିଲା। ସେହିପରି ଟ୍ରକ୍‌ରେ ଯାଉଥିବା ଲୋକେ ମଧ୍ୟ ମୃତାହତ ହୋଇଛନ୍ତି।

Leave A Reply

Your email address will not be published.