ଛତିଶଗଡ଼ରେ ୨୦୦୦ କୋଟି ଟଙ୍କା ମଦ ଦୁର୍ନୀତି ଧରିଲା ଇଡ଼ି, ରାକେଟ୍‌ରେ ନେତା-ପ୍ରଶାସକ

add-all

ରାୟପୁର : ଛତିଶଗଡ଼ରେ ୨୦୦୦ କୋଟି ଟଙ୍କା ମଦ ଦୁର୍ନୀତି ମାମଲାରେ ଇଡି ଗିରଫଦାରୀ ଜୋରଦାର କରିଛି। କଂଗ୍ରେସ ନେତା ତଥା ରାୟପୁର ନଗରପାଳ ଏଜାଜ ଦେବରଙ୍କ ଭାଇ ଅନୱର ଧେବରଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଛି। ସେ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ଶନିବାର ଗିରଫଦାରୀ ପରେ ତାଙ୍କୁ ଇଡି ୪ ଦିନିଆ ରିମାଣ୍ଡରେ ଆଣିଛି। ଏହି ଦୁର୍ନୀତିର ବହୁ ବଡ଼ ବଡ଼ ନେତା ଓ ପ୍ରଶାସକଙ୍କ ସମ୍ପୃକ୍ତି ରହିଥିବା ଇଡି ତଦନ୍ତ ବେଳେ ଜାଣିବାକୁ ପାଇଥିବା ସୂଚନା ମିଳିଛି।
ଦିଲ୍ଲୀ ସରକାରରେ ଥିବା ଆପ୍‌ ନେତାମାନେ ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ଥିବା ବେଳେ ଛତିଶଗଡ଼ରେ ମଦ ଦୁର୍ନୀତି ମାମଲାରେ ବଡ଼ ବଡ଼ ନେତା ଓ ପ୍ରଶାସକଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ଜୋରଦାର ଆଲୋଚନା ଆରମ୍ଭ ହୋଇଛି।

ad-week
Leave A Reply

Your email address will not be published.