ଦୀପାଳିଙ୍କ ପାଇଁ ଭୋଟ୍‌ ମାଗିଲେ ନବୀନ

add-all

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ହାଇଭୋଲଟେଜ୍ ପ୍ରଚାର । ଆଜି ପ୍ରମୁଖ ଦଳର ବଡ ନେତା ନିଜ ନିଜ ଦଳର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ନିଜେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଗ୍ରା ଉଣ୍ଡକୁ ଓହ୍ଲାଇଛନ୍ତି ବିଜେଡିର ଷ୍ଟାର ପ୍ରଚାରକ ତଥା ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଭୋଟ୍‌ ମାଗିଛନ୍ତି ।

ମୁଖ୍ୟମନ୍ତ୍ରୀ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ କାମ ପାଇଁ ଝାରସୁଗୁଡ଼ା ତାଙ୍କୁ ମନେ ରଖିବ ବୋଲି କହିଛନ୍ତି। ଏହା ସହିତ ଦୀପାଳିଙ୍କର ଜନସେବାରେ ଆଗ୍ରହ ଅଛି । ନବଙ୍କ ଅଧୁରା ସ୍ବପ୍ନ ପୂରଣ କରିବାକୁ ଦୀପାଳିଙ୍କୁ ଝାରସୁଗୁଡ଼ାବାସୀ ଆଶୀର୍ବାଦ କରନ୍ତୁ । ଆମେ ବିକାଶରେ ବିଶ୍ବାସ କରୁ । ଦୀପାଳିଙ୍କୁ ବିରାେଧୀ ଗାଳି ଦେଉଛନ୍ତି । ଏହା ନକରି ଆପଣମାନେ ଆଶୀର୍ବାଦ କରନ୍ତୁ ବୋଲି ଝାରସୁଗୁଡ଼ା ବାସୀଙ୍କୁ ନବୀନ କହିଛନ୍ତି।

ଅନ୍ୟପଟେ ପ୍ରାର୍ଥୀ ଦୀପାଳି କହିଛନ୍ତି ଯେ ମୋ ବାପା ଗଲା ପରେ ନବୀନ ପଟ୍ଟନାୟକ ଆମ ପାଖେ ଠିଆ ହୋଇଛନ୍ତି, ସେତିକି ମୋ ପାଇଁ ବହୁତ ବଡ କଥା। ମୋ ବାପା ଗଲା ପରେ ଝାରସୁଗୁଡାବାସୀ ଅନାଥ ହୋଇଯାଇଛୁ। ଆଜି ମୁଁ ସମସ୍ତଙ୍କୁ କହିବାକୁ ଚାହିଁବି ମୁଁହି ବି ଅନାଥ ନାହିଁ, ନା ଝାରସୁଗୁଡାବାସୀ ଅନାଥ ଅଛନ୍ତି। ଆମର ସାଙ୍ଗେ ଯାହାର ହାତ ଅଛି , ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଁ ମୋ ବାପାଙ୍କ ସ୍ବପ୍ନର ମଙ୍ଗ ଧରିଛି । ବିକାଶ ରାଜନୀତିରୁ ଉର୍ଦ୍ଧ୍ବରେ । ମୋ ବାପା ନବ ଦାସ ନୂଆ ଝାରସୁଗୁଡ଼ା ନିର୍ମାଣ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଥିଲେ । ମାେତେ ଆପଣମାନେ ଆଶୀର୍ବାଦ କରନ୍ତୁ ବୋଲି କହିଛନ୍ତି

ସେପଟେ ଦୀପାଳି ଲକ୍ଷେ ଭୋଟରେ ବିଜୟୀ ହେବେ ବୋଲି ଦଳୀୟ ନେତା ଦମ୍ଭୋକ୍ତି ଦେଖାଇଛନ୍ତି । ପୂର୍ବରୁ ପଦ୍ମପୁର ଉପନିର୍ବାଚନରେ ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ୍‌ ମାଗିଥିଲେ ନୀବନ ପଟ୍ଟନାୟକ । ବର୍ଷା ୪୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ବିଜେଡି ସରଗରମ ପ୍ରଚାର କରୁଛି । ହେଭିେଓ୍ଵଟଙ୍କ ଗହଣରେ ଦୀପାଳି ଦାସ ଭୋଟ୍‌ଭିକ୍ଷା କରୁଛନ୍ତି ।

ad-week
Leave A Reply

Your email address will not be published.