ପୁଲିସ-ମାଓବାଦୀ ଗୁଳି ବିନିମୟ ବେଳେ ତିନି ମାଓବାଦୀ ନିହତ, ଏକେ-୪୭ ଜବତ: ଡିଜିପି

add-all

ଭୁବନେଶ୍ବର: ମାଓ ଅପରେସନ ନେଇ ପୁଲିସ ଡିଜି ସୁନୀଲ କୁମାର ବଂଶଲ୍ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ତାପରଙ୍ଗ ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ଏଥିରେ ତିନି ମାଓବାଦୀ ନିହତ ହୋଇଛନ୍ତି। ଏଥିରେ ଟପ୍ ମାଓବାଦୀ ଥିବା ସୂଚନା ରହିଛି।

ଘଟଣାସ୍ଥଳରୁ ଏକ ଏକେ ୪୭ ମିଳିଛି। ଅପରେସନରେ ଜଣେ ଡିଏସପି ଆହତ ହୋଇଛନ୍ତି। ତେବେ ସେ ବିପଦମୁକ୍ତ ଅଛନ୍ତି। ତାଙ୍କୁ ଭୁବନେଶ୍ୱର ଅଣାଯାଉଛି। ଏଣେ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପୁଲିସ ଡିଜି ସୁନୀଲ କୁମାର ବଂଶଲ୍ ନିବେଦନ କରିଛନ୍ତି।

ad-week
Leave A Reply

Your email address will not be published.