୧୦,୦୦୦ ଟଙ୍କା ଲାଞ୍ଚନେଇ ଧରାପଡ଼ିଲେ ଜେଇ, ଜିଆର୍‌ଏସ୍‌

add-all

ପୁରୁଷୋତ୍ତମପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜୁନିୟର ଇଞ୍ଜିନିୟର (କନିଷ୍ଠ ଯନ୍ତ୍ରୀ) ଓ ଗ୍ରାମ୍ୟ ରୋଜଗାର ସେବକ (ଜିଆରଏସ୍‌)। ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଜଗଦୀଶ କୁମାର ସାହୁ ଓ ଜଗନ୍ନାଥପୁର ଜିଆରଏସ୍‌ ନାରାୟଣ ସ୍ବାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ଆଜି ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୂଚନା ଅନୁସାରେ ମନେରଗା ଅଧୀନରେ ହୋଇଥିବା ଏକ କାର୍ଯ୍ୟର ‌ବିଲ୍‌ କରିବା ପାଇଁ ଉଭୟ କନିଷ୍ଠ ଯନ୍ତ୍ରୀ ଜଗଦୀଶ କୁମାର ସାହୁ ଓ ଜଗନ୍ନାଥପୁର ଜିଆରଏସ୍‌ ନାରାୟଣ ସ୍ବାଇଁ ଅଭିଯୋଗକାରୀଙ୍କୁ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଏବାଦରେ ଭିଜିଲାନ୍ସ ବିଭାଗକୁ ଅବଗତ କରିଥିଲେ। ଯୋଜନା ଅନୁସାରେ ଆଜି ଅଭିଯୋଗକାରୀଙ୍କ ଠାରୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ବ୍ଲକ ପରିସରରେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅତର୍କିତ ଭାବେ ଚଢ଼ଉ କରିଥିଲେ। ବିଭାଗୀୟ କର୍ମଚାରୀମାନେ ଶ୍ରୀ ସାହୁଙ୍କ ଠାରୁ ରଂଗବୋଳା ଟଙ୍କା ଜବତ କରିଥିଲେ। ଏହି ଘଟଣା ପରେ ବ୍ରହ୍ମପୁର ଭିଜିଲାନ୍ସ ଶାଖା ଏକ ମାମଲା ରୁଜୁ କରିବା ସହ ଶ୍ରୀ ସାହୁଙ୍କ ୩ଟି ଠିକଣାରେ ତଦନ୍ତ କରୁଛି। ତେବେ ଭିଜିଲାନ୍ସ ବିଭାଗ ଘଟଣାର ଅଧିକ ତଦନ୍ତ କରୁଛି। ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ad-week
Leave A Reply

Your email address will not be published.