ଶାଗ ଖାଇ ପରିବାରର ଜଣେ ମୃତ, ଦୁଇ ଗୁରୁତର

add-all

ସୁନ୍ଦରଗଡ଼ //ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକର ସାଲେଇ ପାଲି ଗାଁରେ ଘଟିଛି ଅଘଟଣ। ଭାତ ସହିତ ବାଡ଼ି ଶାଗ ଖାଇବା ପରେ ଅସୁସ୍ଥ ହୋଇ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ମାମୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତ ଯୁବତୀଙ୍କ ନାଁ ଅନୁ ବଦ୍ରା ବୋଲି ଜଣାପଡିଛି ।

ଗତ ଶନିବାର ଦିନ ରାତିରେ ଅନୁଙ୍କ ମା ଶୁକୁ ବଦ୍ରା ବାଡ଼ିରେ ଥିବା ଶାଗକୁ ଆଣି ରାତିରେ ରୋଷେଇ କରି ଶୁକୁ, ତାଙ୍କ ଝିଅ ଅନୁ ଓ ଭାଇ ମାନସିଂ ମୁଣ୍ଡା ଭାତ ସହିତ ସେହି ଶାଗ ଖାଇଥିଲେ। ଖାଇସାରିବା କିଛି ସମୟ ପରେ ଜଣକ ପରେ ଜଣକ ପେଟବଥା, ଝାଡାବାନ୍ତି ଆରମ୍ଭ ହୋଇ ଥିଲା । ଅତ୍ୟଧିକ ହେବାରୁ ୩ ଜଣଙ୍କୁ ଲହୁଣୀପଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଅନୁ ବଦ୍ରା ଗୁରୁତର ହେବାରୁ ତାକୁ ରାଉରକେଲା RGHକୁ ପଠା ଯାଇ ଚିକିତ୍ସା ଚାଲି ଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ତାର ମୃତ୍ୟୁ ହୋଇଥିଲା । ଏବେଵି ଲହୁଣୀପଡା ଡାକ୍ତରଖାନାରେ ମୃତ ଝିଅର ମାମୁ ମାନସିଂ ମୁଣ୍ଡାଙ୍କ ଚିକିତ୍ସା ଚାଲିଛି ।

ad-week
Leave A Reply

Your email address will not be published.