ରବି ଋତୁରେ ମାଣ୍ଡିଆ ଚାଷ ଓ ଚାଷୀମାନଙ୍କର ଉତ୍ସାହକୁ ପ୍ରଶଂସା

add-all

ଫୁଲବାଣୀ : ସ୍ବାତୀ ଓ ଆତ୍ମା, କନ୍ଧମାଳର ମିଳିତ ସହଯୋଗରେ ରାଇକିଆ ବ୍ଲକରେ ପରିଚାଳିତ ସମନ୍ବିତ କୃଷି ଓ ମିଲେଟ ମିଶନ ଦ୍ବାରା ପରିଚାଳିତ କାର୍ଯ୍ୟକ୍ରମର ସମନ୍ୱୟ ବୈଠକର ଆୟୋଜନା କରାଯାଇଥିଲା । ନୃସିଂହ ଚରଣ ନାୟକ, ଜିଲ୍ଲା କୃଷି ଅଧିକାରୀ ଏବଂ ଅନିଲ କୁମାର ପ୍ରହରାଜ . ଡି.ପି.ଡି, ଆତ୍ମାଙ୍କ ଦ୍ଵାରା କ୍ଷେତ୍ର ପରିଦର୍ଶନ ଓ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ । ରାଇକିଆ ବ୍ଳକ ରେ ଚାଲିଥିବା ସମନ୍ବିତ କୃଷି ଯୋଜନା (ଏସ.ପି.ପି.ଆଇ.ଏଫ) ପ୍ରକଳ୍ପ ମାଧ୍ୟମରେ , ମାଣିକେଶ୍ବର ଗ୍ରାମ ପଂଚାୟତରେ ଗୁନ୍ଧାଣୀ ଗ୍ରାମରେ ଛେଳି ଓ କୁକୁଡା ଗୁହାଳ, ସିଶପାଙ୍ଗା, ବାକିଙ୍ଗିଆ, ଆଡାସିକୁପା ରେ ଦେଶୀ କୁକୁଡା ଛୁଆ ପ୍ରଜଜନ କେନ୍ଦ୍ର, ବାଟାମାହା ଗ୍ରାମରେ ଟ୍ରେଲିସ ପ୍ରଣାଳୀରେ ଚାଷ କ୍ଷେତ୍ର ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ସମନ୍ବିତ କୃଷି ବିଷୟରେ ଆଲୋଚନା ସହିତ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଥିଲେ । ଆଗାମି ଦିନରେ ଚାଷୀ ମାନେ କିପରି ତାଙ୍କର ରୋଜଗାରକୁ ଦ୍ବିଗୁଣିତ କରିହେବ ସେହି ଦିଗରେ ଆଲୋଚନା କରିଥିଲେ l


ରାଇକିଆ ବ୍ଲକର ପାହଡ ତଳି ଅଂଚଳ କରଡା, ଇନ୍ଦ୍ରଗଡରେ ଚାଲିଥିବା ମିଲେଟ ମିଶନ । କାର୍ଯ୍ୟକ୍ରମରେ ଚାଷୀ ମାନଙ୍କର ରବି ରୁତୁର ମାଣ୍ଡିଆ ଚାଷ ପରିଭ୍ରମଣ କରିବା ସହିତ ଚାଷୀ ମାନଙ୍କର ଉତ୍ସାହକୁ ଭାରି ପ୍ରଶଂସା କରିଥିଲେ । ଇନ୍ଦ୍ରଗଡ ପଂଚାୟତର ଗାନ୍ଧାର ଭୁଇଁରେ ଜଣେ ଉଦ୍ୟଗି ଚାଷୀ ଜୈବିକ କୃଷି ପ୍ରୟୋଗଶାଳାରେ ରେ ହାଣ୍ଡିଖତ, ଜୀବାମୃତ କୁ ଦେଖି ଜିଲ୍ଲା ଅଧିକାରୀ ମାନେ ବହୁତ ଖୁସି ଅନୁଭବ କରିଥିଲେ । ସ୍ବାତୀର ପ୍ରୟାସରେ ମାତୃ ଓ ଶିଶୁ ସ୍ଵାସ୍ଥ୍ୟରେ ଚାଲିଥିବା ଡେଲିଭରି ଭ୍ୟାନ ମାଧ୍ୟମରେ ଆନୁଷ୍ଠାନିକ ପ୍ରସବ କାର୍ଯ୍ୟକ୍ରମକୁ ବୁଲି ଦେଖିଥିଲେ । ସ୍ଵାତୀର ସଂପାଦକ ହରିଶଙ୍କର ରାଉତ କାର୍ଯ୍ୟକ୍ରମର ସଂଯୋଗୀ କରଣ ଓ ସମନ୍ବୟ ବିଷୟର ବିଭିନ୍ନ ଦିଗ ଯଥା ଜଳ ସଂରକ୍ଷଣ ଦିଗପ୍ରତି କହିଥିଲେ । ସ୍ୱାତୀର ପ୍ରକଳ୍ପ ଅଧିକାରୀ ଗିରିଶ ଚନ୍ଦ୍ର ସାମଲ, ବିଶ୍ବରଞ୍ଜନ ନାୟକ କାର୍ଯ୍ୟପରିଚାଳନାର କୌଶଳ ଓ ଯୋଜନା ଦିଗ ଉପରେ ଅଧିକାରୀଙ୍କୁ କହିଥିଲେ ।

ad-week
Leave A Reply

Your email address will not be published.