ଗଡମା ପାଷ୍ଟରେଟରେ ଆଧ୍ୟାତ୍ମିକ ସଭା

add-all

ଦାରିଙ୍ଗବାଡି, ୧୫/୦୫ : କନ୍ଧମାଳ ଜିଲା, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ତ ଗଡମା ପାଷ୍ଟରେଟ ପକ୍ଷରୁ ଆଧ୍ୟାତ୍ମିକ ସଚେତନ ସଭା ସମେତ କିଶୋର କିଶୋରୀ ଙ୍କ ପାଇଁ ବାଇବେଲ ଜ୍ଞାନ ପ୍ରଦାନର ଭୋକେସନାଲ କ୍ୟାମ୍ପ କୁଟୁଲାରୀଗାଁ ରେ ୧୪ ରିଖରୁ ଆରମ୍ଭ ହୋଇ ୧୬ ତାରିଖ ଦିନ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଗଡମା ପାଷ୍ଟରେଟ ଅଧିନସ୍ତ ବହୁ ଗ୍ରାମରୁ ଶିଶୁ ଓ ଯୁବକ ଯୁବତୀ ମାନେ ଏକତ୍ରିତ ହୋଇ ବାଇବେଲ ଶିକ୍ଷା ସହିତ ଆଧ୍ୟାତ୍ମିକ ଶିକ୍ଷା ଆହାରଣ କରି ଥିବା ଜଣା ପଡ଼ିଛି। କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଆଡ଼ଭକେଟ ବି ଡି ଦାସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସି ଏନ ଆଇ ଗଜପତି ୟୁନିୟନ ସମ୍ପାଦକ ଆନ୍ତିଏଲ ମଣ୍ଡଳ, ଗଜପତି ୟୁନିୟନ ସମ୍ପାଦକ ରମାକାନ୍ତ ମାଝୀ, ଗଡମା ପାଷ୍ଟରେଟର ପାଳକ ସାନୁ ମାଝୀ ପ୍ରମୁଖ ଉପସ୍ଥିତ ରହି ବାଇବେଲ ଜ୍ଞାନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଗଡମା ପାଷ୍ଟରେଟ ଅଧିନସ୍ତ ସମସ୍ତ ଗ୍ରାମ ବାସୀଙ୍କ ସହଯୋଗ ରହିଥିବା ସୂଚନା ରହିଛି।

ad-week
Leave A Reply

Your email address will not be published.