ସୂରଙ୍ଗିରେ ଗ୍ରାମସଭା ଜରିଆରେ ବୃକ୍ଷରୋପଣ ପାଇଁ ଯୋଜନା

add-all

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ଠାରେ ସୋମବାର ଦିନ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ସ୍ଥାନୀୟ ସରପଞ୍ଚ ସରସ୍ଵତୀ ନାୟକଙ୍କ ସଭାପତିତ୍ବରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମିଶନ ଶକ୍ତିର ଡିପିଏମ ନବୀନ କୁମାର ସେନାପତି, ସୂରଙ୍ଗୀ ଫରେଷ୍ଟର ସନ୍ତୋଷ କୁମାର ବିଷୋୟୀ ରତ୍ନ, ସମିତି ସଭ୍ୟ କନକ ନାୟକ,ସମାଜସେବୀ ରାମନାଥ ପାଣିଗ୍ରାହୀ, ବିପିଏମ ସାଇ ଦତ୍ତ ବେହେରା, ବିଏଲସି ଦୀନବନ୍ଧୁ ପ୍ରଧାନ, ବିଭୂତି ଭୂଷଣ ଦାସ, ସଭାନେତ୍ରୀ ସଂଯୁକ୍ତା ବେହେରା,ଏମ୍ବିକେ ତେଜେଶ୍ୱରି ଆଚାରୀ ପ୍ରମୁଖ ମଞ୍ଚାସିନ ଥିବାବେଳେ ପ୍ରଧାନଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ l ଏ ମ୍ୱି କେ ତେଜେଶ୍ଵରି ଆଚା ରି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରାୟ ପଞ୍ଚାୟତ ମହାସଂଘର ୧୫ଟି ସ୍ଵଂୟ ସହାୟକ ଗୋଷ୍ଠୀର ୧୫୦ରୁ ଊର୍ଦ୍ଧ୍ବ ମହିଳା ମାନେ ଉପସ୍ଥିତ ରହି ଆଗାମୀ ଦିନରେ ବୃକ୍ଷ ରୋପଣ ପାଇଁ ନିଜ ମତାମତ ପ୍ରଦାନ୍ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଉଦ୍ୟୋଗୀ ମିତ୍ର ଦମୟନ୍ତୀ ବେହେରା, ଗୋଷ୍ଟି ସହାୟିକା ପ୍ରତିମା ସେଠୀ, ପି ଇ ଓ ଚିତ୍ତରଞ୍ଜନ ନାୟକ, ଜି ଆର ଏସ ସମୀର ପାତ୍ର ଓଇ ସି ମାଆ ମାନେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.