ରୁଜାଙ୍ଗି ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ପାୟଲ ପଟ୍ଟନାୟକ ପାଇଲେ ଓଇଏସ…

add-all

ଫୁଲବାଣୀ:୧୫/୫ ମେଧାବୀ ଛାତ୍ରୀ ତଥା ବର୍ତ୍ତମାନ ସ୍ଥାନୀୟ ରୁଜାଙ୍ଗି ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ପାୟଲ ପଟ୍ଟନାୟକ ଓଡ଼ିଶା ଶିକ୍ଷା ସେବା ଅଧିକାରୀ (ଓ ଇ ଏସ୍) ଭାବେ ମନୋନୀତ ହୋଇଛନ୍ତି। ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ଦ୍ଵାରା ଅନୁଷ୍ଠିତ ପରୀକ୍ଷାର ଆଜି ଫଳାଫଳ ବାହାରିଥିବା ବେଳେ ସେ ୪୦ ନମ୍ବର ସ୍ଥାନ ଅକ୍ତିକାର କରିଛନ୍ତି। ପାୟଲ ବିବାହିତ ହୋଇଥିବା ବେଳେ ତାଙ୍କର ଗୋଟିଏ ତିନି ବର୍ଷର କୁନି ପୁଅ ମଧ୍ୟ ରହିଛି। ସ୍ବାମୀ ସବ୍ୟସାଚୀ ଦାସ ବୌଦ୍ଧରେ ବ୍ଲକ କୃଷି ଅଧିକାରୀ ଅଛନ୍ତି। ବାପା ପୂର୍ବତନ କର୍ମଚାରୀ ନେତା ବ୍ରଜକିଶୋର ପଟ୍ଟନାୟକ ଓ ମାଆ ଶିକ୍ଷୟତ୍ରୀ ସୁଜାତା ପଟ୍ଟନାୟକଙ୍କ ପ୍ରେରଣା ଏବଂ ସ୍ଵାମୀଙ୍କ ଉତ୍ସାହରୁ ସଫଳତା ମିଳିଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ପାୟଲ। ଆଗକୁ ସିଭିଲ ସର୍ଭିସ ପାଇଁ ଉଦ୍ୟମ ଜାରି ରଖିବି ବୋଲି କହିଛନ୍ତି। ପରିବାର, କୁନି ପୁଅ ସହିତ ନିଜ ସ୍କୁଲରେ ଚାକିରି ମଧ୍ୟରେ ଅଧ୍ୟବସାୟ ଜାରି ରଖି ମଧ୍ଯ ଏହି ସଫଳତା ପାଇଛନ୍ତି ବୋଲି କନ୍ଧମାଳ ସମେତ ବିଭିନ୍ନ ସ୍ତରରୁ ପ୍ରଶସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି l

ad-week
Leave A Reply

Your email address will not be published.