ବିହାରରେ ଜେଡିୟୁର ‘ମଟନ୍ ଭୋଜି’କୁ ନେଇ କଟାକ୍ଷ କଲା ବିଜେପି

add-all

ପାଟନା: ମୁଙ୍ଗେରରେ ଆୟୋଜିତ ଜେଡିୟୁର ମଟନ୍-ଭାତ ଭୋଜିକୁ ନେଇ ବିହାର ବିଜେପି ନେତା ବିଜୟ କୁମାର ସିହ୍ନା କଟାକ୍ଷ କରିଛନ୍ତି । ବିଜୟ ସିହ୍ନା କହିଛନ୍ତି ଯେ ଜେଡିୟୁ ସଭାପତି ଲଲନ ସିଂ ମୁଙ୍ଗେରରେ ଏକ ମଟନ୍ ଭୋଜି ଦେଇଛନ୍ତି। କିନ୍ତୁ ଭୋଜି ପରେ ମୁଙ୍ଗେର ସହରରୁ ୧୦୦ରୁ ଅଧିକ କୁକୁର ନିଖୋଜ ଅଛନ୍ତି। ସିହ୍ନା କହିଛନ୍ତି ଯେ ଜେଡିୟୁ ସଭାପତି ଲଲନ ସିଂଙ୍କ ଦ୍ୱାରା ପାର୍ଟି ଆୟୋଜିତ ହେବା ଦିନଠାରୁ ଶହ ଶହ କୁକୁର ସହରରୁ ନିଖୋଜ ହୋଇଯାଇଛନ୍ତି। ସେହିପରି ଏହି ଭୋଜିକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି |
ସୂଚନା ମୁତାବକ ଏହି ଭୋଜିରେ ଏତେ ସଂଖ୍ୟକ ଲୋକ ପହଞ୍ଚିଥିଲେ ଯେ ସେମାନଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଥିଲା | ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସକୁ ଲାଠିମାଡ ମଧ୍ୟ କରିବାକୁ ପଡିଥିଲା | ବିଜୟ ସିହ୍ନା କହିଛନ୍ତି ଯେ ଏହି ମାମଲା ଅତ୍ୟନ୍ତ ଗୁରୁତର। ଅନେକ ଲୋକ ମୋତେ କହିଛନ୍ତି ଯେ ସହରରୁ ଶହ ଶହ କୁକୁର ନିଖୋଜ ହୋଇଯାଇଛନ୍ତି। କର୍ମୀମାନଙ୍କୁ ମଟନ ବଦଳରେ କୁକୁର ମାଂସ ଖାଇବାକୁ ଦିଆଯାଉଥିଲା। ଏହାକୁ ନେଇ ଅନୁସନ୍ଧାନ ହେବା ଉଚିତ | ବିଜୟ ସିହ୍ନା ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ କୁକୁର ମାଂସ ଖାଇବା ଦ୍ୱାରା ରୋଗ ବ୍ୟାପିଯାଇପାରେ | ବିରୋଧୀ ଦଳର ନେତା ବିଜୟ କୁମାର ସିହ୍ନାଙ୍କ ଏହି ଅଭିଯୋଗକୁ ନେଇ ଜେଡିୟୁ ପକ୍ଷରୁ କୁହାଯାଇଛି ଯେ ବିଜୟ କୁମାର ସିହ୍ନାଙ୍କ ମାନସିକ ଅବସ୍ଥା ଠିକ ନାହିଁ |

ad-week
Leave A Reply

Your email address will not be published.