ବିଧାନସୌଧ ପରିସରକୁ ଗୋମୂତ୍ରରେ ଶୁଦ୍ଧ କଲେ କର୍ଣ୍ଣାଟକ କଂଗ୍ରେସ କର୍ମୀ

add-all

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ କଂଗ୍ରେସ କର୍ମୀମାନେ ଗୋମୂତ୍ର ସିଞ୍ଚନ କରି ରାଜ୍ୟ ବିଧାନସୌଧ ପରିସର ପରିଷ୍କୃତ ଓ ଶୁଦ୍ଧ କରିଥିବା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି।
ରିପୋର୍ଟ ସହିତ ‘ଏଏନ୍‌ଆଇ’ ଏହି ଦୃଶ୍ୟର ଏକ ଭିଡିଓ ମଧ୍ୟ ସେୟାର୍‌ କରିଛି।
ରାଜ୍ୟରେ ନୂଆ କଂଗ୍ରେସ ସରକାର ଗଠିତ ହେବା ପରେ ଆଜିଠାରୁ କର୍ଣ୍ଣାଟକ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନ ମେ ୨୪ ପର୍ଯ୍ୟନ୍ତ, ଅର୍ଥାତ୍‌ ମେ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ବରିଷ୍ଠ କଂଗ୍ରେସ ନେତା ଆର୍‌. ଭି. ଦେଶପାଣ୍ଡେ ଏହି ଅଧିବେଶନର କାମଚଳା ବାଚସ୍ପତି ହେବେ।

ଉଲ୍ଲେଖଯୋଗ୍ୟ, ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା କର୍ଣ୍ଣାଟକ କଂ‌ଗ୍ରେସ ସଭାପତି ଡି. କେ. ଶିବକୁମାର ଚଳିତ ବର୍ଷ ଜାନୁଆରି ମାସରେ କହିଥିଲେ ଯେ, ଗୋମୂତ୍ରରେ ବିଧାନସୌଧ ଶୁଦ୍ଧ କରିବାର ସମୟ ଉପସ୍ଥିତ ହୋଇଛି। ବିଧାନସୌଧକୁ ପବିତ୍ର କରିବା ଲାଗି ଆମେ କେତେକ ବିସ୍ତୃତ ବିବରଣୀ ନେଇ ଆସିବୁ। ପବିତ୍ରୀକରଣ ଲାଗି ମୋ ପାଖରେ ବି କିଛି ଗଙ୍ଗାଜଳ ଅଛି।
‘ବିଜେପି’ ଶାସନ କାଳର ଦୁର୍ନୀତି ଯୋଗୁଁ ବିଧାନସଭା ଦୂଷିତ ହୋଇଯାଇଛି ବୋଲି ଶିବକୁମାର ଅଭିଯୋଗ କରିଥିଲେ।

ad-week
Leave A Reply

Your email address will not be published.