ମଧ୍ୟପ୍ରଦେଶ ପାଇଁ କଂଗ୍ରେସର ପ୍ରତିଶ୍ରୁତି: ୫ ଶହ ଟଙ୍କାରେ ଦେବେ ଗ୍ୟାସ

add-all

ଭୋପାଳ : କର୍ଣ୍ଣାଟକାରେ ପ୍ରଚଣ୍ଡ ଜନମତ ସହ ସରକାର ଗଠନ କରିଥିବା କଂଗ୍ରେସ ଏବେ ମଧ୍ୟପ୍ରଦେଶ ଉପରେ ଫୋକସ କରିଛି। ଚଳିତ ବର୍ଷ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କର୍ଣ୍ଣାଟକାର ସଫଳତା ମଧ୍ୟପ୍ରଦେଶରେ ଦୋହରାଇବା ପାଇଁ କଂଗ୍ରେସ ଏବେଠାରୁ ଅଣ୍ଟା ଭିଡ଼ିଛି।
କର୍ଣ୍ଣାଟକା ଭଳି ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସ ଗୃହିଣୀ, ମହିଳା, ବରିଷ୍ଠ ନାଗରିକ ଓ ଚାଷୀମାନଙ୍କୁ ଲାଭ ଦେବାକୁ ଘୋଷଣା କରିଛି। ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସିଲେ ଲୋକମାନଙ୍କୁ ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ବର୍ତ୍ତମାନ ବଜାରରେ ଗୋଟିଏ ସିଲିଣ୍ଡରର ଦାମ ୧୦୦୦ ଟଙ୍କା ଉପରେ ରହିଛି। ତେଣୁ କଂଗ୍ରେସ କ୍ଷମତାକୁ ଆସିଲେ ଏହାକୁ ଅଧା ଦାମରେ ଦେବ ବୋଲି କହିଛି।
ଏହାବାଦ ରାଜ୍ୟରେ ଥିବା ମହିଳାମାନଙ୍କୁ କଂଗ୍ରେସ ଶାସନକୁ ଆସିଲେ ମାସିକ ୧୫ ଶହ ଟଙ୍କା ଲେଖାଏ ଭତ୍ତା ଯୋଗାଇ ଦେବ। ୧୦୦ ୟୁନିଟ ଯାଏ ବିଜୁଳି ମାଗଣା ଓ ୨୦୦ ୟୁନିଟ ହେଲେ ୫୦% ବିଲ୍‌ ବାବଦରେ ଅର୍ଥ ଦେବାକୁ ପଡ଼ିବ। କଂଗ୍ରେସ କହିଛି ଯେ ମଧ୍ୟପ୍ରଦେଶରେ ପୂର୍ବରୁ ଲାଗୁ ହେଉଥିବା ପୁରୁଣା ପେନସନ ଯୋଜନାକୁ କ୍ଷମତାକୁ ଆସିବା ପରେ କାର୍ଯ୍ୟକାରୀ କରିବ।
ହିମାଚଳ ଓ ରାଜସ୍ଥାନରେ କଂଗ୍ରେସ ପୁରୁଣା ପେନସନ ଯୋଜନା ସଫଳତାର ସହ ଲାଗୁ କରିଥିବାରୁ ମଧ୍ୟପ୍ରଦେଶରେ ଏହାର ପୁନରାବୃତ୍ତି କରାଯିବ। ସେହିପରି ମଧ୍ୟପ୍ରଦେଶରେ ଚାଷୀମାନେ ନେଇଥିବା ଋଣକୁ କଂଗ୍ରେସ କ୍ଷମତାକୁ ଆସିବା ମାତ୍ରେ ସଂପୂର୍ଣ୍ଣ ଭାବେ ଛାଡ଼ କରିଦେବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛି।
ଦଳ କହିଛି ଯେ “ଆମେ କର୍ଣ୍ଣାଟକାରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛି। ଆମେ ମଧ୍ୟପ୍ରଦେଶରେ ମଧ୍ୟ ପ୍ରତିଶ୍ରୁତି ପୂରଣ କରିବୁ।”

ad-week
Leave A Reply

Your email address will not be published.