ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ବିଦା ହୋଇପାରନ୍ତି ଗୌତମ ଗମ୍ଭୀର…!

add-all

ନୂଆଦିଲ୍ଲୀ: ଗତକାଲି ଚେନ୍ନାଇର ଏମ୍‌ଏ ଚିଦାମ୍ବର ଷ୍ଟାଡିୟମ୍‌ରେ ‌ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଧାର୍ଯ୍ୟ ୧୮୩ ରନ୍‌ର ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ୧୬.୩ ଓଭର ସୁଦ୍ଧା ୧୦୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। କ୍ରମାଗତ ଦ୍ୱିତୀୟ ଥର ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଆଇପିଏଲ୍ ଏଲିମିନେଟରରେ ହାରିଛି। ଆଇପିଏଲର ସବୁଠାରୁ ସଫଳ ଦଳ ମୁମ୍ବାଇ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ୧୮୩ ରନ୍‌ର ଟାର୍ଗେଟ ଦେଇଥିଲା, ଏହାର ଜବାବରେ କ୍ରୁନାଲ ପାଣ୍ଡ୍ୟାଙ୍କ ଦଳ ୨୦ ଓଭର ଖେଳି ପାରିନଥିଲା ଏବଂ ୧୬.୩ ରେ ୧୦୧ ରନ୍ ସଂଗ୍ରହ କରି ଅଲଆଉଟ ହୋଇଯାଇଥିଲେ | ଏହି ପରାଜୟରୁ ଦଳର ମେଣ୍ଟର ଗୌତମ ଗମ୍ଭୀର ନିରାଶ ହୋଇପଡିଥିଲେ। ଏହା ପରେ ତାଙ୍କ ଦଳର ମାଲିକ ସଞ୍ଜୀବ ଗୋଏଙ୍କାଙ୍କ ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ପରେ ୟୁଜର୍ସ ଗମ୍ଭୀରଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଭାଇରାଲ ଫଟୋରେ ୟୁଜର୍ସ କହିଛନ୍ତି ଯେ ଗମ୍ଭୀରଙ୍କ କାର୍ଯ୍ୟକାଳ ଖୁବ ଶୀଘ୍ର ସରିଯିବ ଓ ଯେକୌଣସି ସମୟରେ ତାଙ୍କୁ ଦଳରୁ ବାହାର କରିଦିଆଯାଇପାରେ |
ବାସ୍ତବରେ, ମ୍ୟାଚ୍ ପରେ ଗୋଏଙ୍କା ଗମ୍ଭୀରଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଗୋଏଙ୍କାଙ୍କ କ୍ରୋଧ ତାଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଥିଲା। ଗମ୍ଭୀର ମଧ୍ୟ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା ​​| କ୍ରିକେଟ ସମୀକ୍ଷକଙ୍କ କହିବା ମୁତାବକ ଲକ୍ଷ୍ନୌ ସୁପର ଜାଏଣ୍ଟସର ଛୋଟ ଛୋଟ ଭୁଲ ପାଇଁ ମ୍ୟାଚ ହାରିବାକୁ ପଡିଥିଲା | ଉଲ୍ଲେଖ ଥାଉ କି ଚଳିତ ସିଜିନରେ ମ୍ୟାଚରେ ପ୍ରଦର୍ଶନ ବ୍ୟତୀତ ଦଳର ବୋଲର ନବୀନ-ଉଲ-ହକ ଏବଂ ମେଣ୍ଟର ଗୌତମ ଗମ୍ଭୀର ମଧ୍ୟ ବିବାଦକୁ ନେଇ ଚର୍ଚ୍ଚାରେ ଥିଲେ | ଉଭୟ ପଡ଼ିଆରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ସହ ଝଗଡା କରୁଥିବାର ଦେଖିବାକୁ ମିଳିଥିଲା | ଏଭଳି ପରିସ୍ଥିତିରେ ସଞ୍ଜୀବ ଗୋଏଙ୍କାଙ୍କ ସହ କଥାବାର୍ତ୍ତା ସମୟର ଫଟୋକୁ ନେଇ କୁହାଯାଉଛି ଯେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ସହିତ ଏହା ଗମ୍ଭୀରଙ୍କ ଶେଷ ସିଜିନ ହୋଇପାରେ |

ad-week
Leave A Reply

Your email address will not be published.