କାଳବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ଓ ବ୍ୟାପକ କ୍ଷୟକ୍ଷତି

add-all

ହିଞ୍ଜିଳିକାଟୁ ୨୭।୫ : ହିଞ୍ଜିଳିକାଟୁ ରେ ଶନିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ବର୍ଷା ସହ ପ୍ରବଳ ପବନ ହୋଇଥିଲା । ପବନ କାରଣରୁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆରଏମସି ଛକରେ ଥିବା ବିରାଟ୍ଟ କାକପୋଈ ଗଛ ପଡି ଏନ ହେଚ ୫୯ ରାସ୍ତା ଅବରୋଧ ହୋଇଥିଲା। । ଏଥି ସହିତ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସିନେମାହଲ ଛକରେ ବିଭିନ୍ନ ଗଛ ପଡିଯାଇଛି। ଫଳରେ ଏନ ହେଚ ଉପରେ ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଗଛ ଗୁଡିକୁ ରାସ୍ତା ଅବରୋଧ ରୁ ହଟାଇଥିଲେ। ଏଥି ସହିତ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା ।ବିଦ୍ବୁତ ସରାବରାହ ରାତି ପ୍ରାୟ ଆଠଟା ପର୍ଯ୍ୟନ୍ତ ଵ୍ୟାଘାତ ଘଟିଥିଲା। ବିଭିନ୍ନ ସ୍ଥାନରେ ଉଠା ଦୋକାନ ବଜାର ଗୁଡିକ ର ପାଲ ଛପର ଉଡିଯାଇଛି। ସେହିପରି ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଵିଭିନ୍ନ ସ୍ଥାନରେ ଗଛପଡି ରାସ୍ତା ଅବରୋଧ ହୋଇ ରହିଥିଲା ।

ad-week
Leave A Reply

Your email address will not be published.