କୋରୁକୋଣ୍ଡା ଉତ୍କଳ ସମ୍ବାଦିକ ସଙ୍ଘ କାର୍ଯ୍ୟ।ଳୟରେ ସମାଜ ସେବିଙ୍କ ଦ୍ୱାରା ଦୁଇ ଇନ୍ସପେକ୍ଟରଙ୍କୁ ବିଦାୟୀ ସମ୍ବର୍ଦ୍ଧନା

add-all

କୋରୁକୋଣ୍ଡା,୨୭।୫ : ମାଲକାଗିରି ଜିଲ୍ଲାର ବରିଷ୍ଠ ଇନ୍ସପେକ୍ଟର ତଥା ମାଲକାନଗିରି ଥାନାର ପୂର୍ବତନ ଥାନା ଅଧିକାରୀ ଇନ୍ସପେକ୍ଟର ରାମ ପ୍ରାସାଦ ନାଗ ଏବଂ ଓର୍କେଲ ଥାନା ଅଧିକାରୀ ଜୋନ କୁଜୁରଙ୍କୁ କୋରୁକୋଣ୍ଡା ସମାଜ ସେବିଙ୍କ ତରଫରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗତ ୨୫.୦୫.୨୩ ତାରିଖ ରାତି ୯ଘଣ୍ଟିକା ସମୟରେ କୋରୁକୋଣ୍ଡା ସ୍ଥିତ ଉତ୍କଳ ସାମ୍ବାଦିକ ସଂଘ ବ୍ଲକ କାର୍ଯ୍ୟ।ଳୟ ଠାରେ ତ୍ରିଲୋଚନ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ବରିଷ୍ଠ ଅଧ୍ୟାପକ ରଞ୍ଜନ କୁମାର ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ଦେବବ୍ରତ ସାନା, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ସତ୍ୟ ପାଣିଗ୍ରାହୀ, ମାଧବ ସାବତ, ଅଶୋକ ପରିଡା, କ୍ୟାମେରା ମ୍ୟାନ ଜାନକୀ ପଟ୍ଟନାୟକ, ବିକ୍ରମ ପାଢିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଏବଂ ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ରହିଥିଲେ । ଦୁଇ ଅଧିକାରୀ ମେଳାପି ବ୍ୟକ୍ତିତ୍ୱ ସମେତ ଦକ୍ଷ ପୋଲିସ ଅଧିକାରୀ ତଥା ଉଚ୍ଚକଟିର ଜ୍ଞାନ ଓ ତାଙ୍କ ନିଷ୍ଠାବାନ କର୍ମମୟ ଜିବନୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ସତ୍ୟ ପାଣିଗ୍ରାହୀ ଉତ୍ତରୀୟ ଦେଇ ଦୁଇ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ad-week
Leave A Reply

Your email address will not be published.