ଏଲିମେଣ୍ଟାରୀ ଶିକ୍ଷକ ଶିକ୍ଷୟତ୍ରୀ ପଦୋନ୍ନତି କାଉନସେଲିଂ ବାତିଲକୁ ନେଇ ଦାବୀପତ୍ର ପ୍ରଦାନ

add-all

ଫୁଲବାଣୀ : ଚଳିତମାସ ୨୩ ତାରିଖରେ ହେବାକୁ ଥିବା ଏଲିମେଣ୍ଟାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଦୋନ୍ନତି କାଉନସିଲିଙ୍ଗ୍ ବାତିଲକୁ ନେଇ ପଦୋନ୍ନତି ପାଇବାକୁ ଯୋଗ୍ୟତା ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହାକୁ ପ୍ରତିବାଦ ସହିତ ଆସନ୍ତା ତା ୨୯-୦୫-୨୩ ରେ ଗଣଧାରଣା ଦେବା ସହିତ ପଦୋନ୍ନତି ପାଉଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ କାଉନସିଲିଙ୍ଗ୍ ଆସନ୍ତା ତା ୨୯-୦୫ -୨୩ ରିଖରେ ନକଲେ, ପଦୋନ୍ନତି ଆଦେଶ ପାଇବା ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ଆଜି ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ଶିକ୍ଷା ଅଧିକାରୀ କନ୍ଧମାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଂଘର ଉପସଭାପତି ଶ୍ରୀ ରାଜେନ୍ଦ୍ର ପାତ୍ର, ଜିଲ୍ଲା ଉପସଭାପତି ସନ୍ତୋଷ କୁମାର ଦିଗାଲ, ରାଜ୍ୟ ସଂଗଠନ ସମ୍ପାଦକ ବିଦେଶୀ କୁମାର ନାୟକ, ଫୁଲବାଣୀ ବ୍ଲକ ଶିକ୍ଷକ ସଂଘ ସମ୍ପାଦକ ସୁକାନ୍ତ କୁମାର ବେହେରା, ଖଜୁରୀପଡ଼ା ଶିକ୍ଷକ ନେତା ବଂଶୀଧର ନନ୍ଦ, ରାମଚନ୍ଦ୍ର ପାଢୀ ଓ ସୁନୀତା ଆଚାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.