ମହମ୍ମଦ ମୋକିମ୍ ଓ ଚିରଞ୍ଜିବ ବିଶ୍ବାଳଙ୍କୁ କାରଣ ଦର୍ଶାଅ ନୋଟିସ୍

add-all

ଭୁବନେଶ୍ବର: ଏଆଇସିସି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଏବଂ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ‘ଜାନକୀ-ବସନ୍ତଙ୍କ ଯୋଡି: କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦୁଇ ନେତାଙ୍କ ବୟାନକୁ ନେଇ ବିବାଦ ହୋଇଥିଲା। ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଚିରଞ୍ଜୀବ ବିଶ୍ୱାଳ କହିଥିଲେ, ଯିଏ ପିସିସି ସଭାପତି ହେବ ସେ ଆଉ କାହାକୁ ପଚାରିବେନି। ୨୦୨୪ ନିର୍ବାଚନ ବେଳକୁ ୧୪୭ ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ ମିଳିବେ କି ନାହିଁ ସନ୍ଦେହ। ୯ ରୁ ୯୦ ବିଧାୟକ ହେବ ଦେଖାଯାଉନାହିଁ। ଏଠି ମାଳ ମାଳ ମୁଖ୍ୟମନ୍ତ୍ରୀ ଆଶାୟୀ ବୋଲି କହିଥିଲେ ଚିରଞ୍ଜବ। ସେହିପରି ସମାନ ଢଙ୍ଗରେ କଂଗ୍ରେସ ଦଳ ଓ ନେତାଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ୍। ସେ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ଆଦର୍ଶରୁ କିଛି ଶିଖିବା କଥା। କାନକୁହା କଥାରେ ବିଶ୍ୱାସ ନକରି, କାହାକୁ ଉପେକ୍ଷା ନକରି, ସାଥୀରେ ନେଇ ଆଗକୁ ବଢ଼ିଲେ ଦଳ ଉଠି ପାରିବ।

ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଚିରଞ୍ଜିୀବ ଓ ମୋକିମଙ୍କ ଏଆଇସିସି କାରଣ ଦର୍ଶାଅ ନୋଟିସ୍ ବାବଦରେ ମୁଁ ଅଧିକ କିଛି କହିବିନି। ଯାହା ଅଭିଯୋଗ ଆସିଥିଲା ତାକୁ ଆମେ ଏଆଇସିସିକୁ ପଠେଇ ଦେଇଥିଲୁ। ଏଆଇସିସି ଯାହା ନିଷ୍ପତ୍ତି ନେଇଥିବ। ମୁଁ ସମସ୍ତଙ୍କୁ ନେଇ ବିଜେପି ଓ ବିଜେଡି ବିରୋଧରେ ଲଢ଼ିବାକୁ ଚେଷ୍ଟା କରୁଛି। ସେ ରାସ୍ତାରେ ଯଦି କିଏ ବିରୋଧ କରେ ବା ବିଶୃଙ୍ଖଳିତ ଆଚରଣ କରେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ହାଇକମାଣ୍ଡଙ୍କ ନିଷ୍ପତ୍ତି।

ad-week
Leave A Reply

Your email address will not be published.