କୁଆଖାଇରେ ଭାସି ୨ ଇଞ୍ଜିନିୟରିଂ ଛାତ୍ର ମୃତ

add-all

ଭୁବନେଶ୍ୱର : କାଳ ହେଲା କୁଆଖାଇ ନଦୀ ପଠାରେ ବୁଲିବା। ବାଲିଅନ୍ତା ଇନ୍ଦ୍ରପାଲ ଅଞ୍ଚଳରେ ବୁଡି ଯାଇ ଦୁଇ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ତମୋଣ୍ଡୋର ସ୍ମୃତି ସୌରଭ ଓ ଅନୁଗୁଳ ରେଙ୍ଗାଲିର ସତ୍ୟଜିତ ଦାସ। ଚାରି ଜଣ ସାଙ୍ଗ ବୁଲିବାକୁ ଯାଇଥିଲେ। ଏମାନେ ସମସ୍ତେ ରାଜ୍ୟ ବାହାରେ ଚାକିରି କରନ୍ତି। ତେବେ ନଦୀରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ସାଙ୍ଗ ଦୁଃଖରେ ରହିଛନ୍ତି।

ସୂଚନା ଅନୁଯାୟୀ ଭୁବନେଶ୍ୱରରେ ଏକ ଇଞ୍ଜିନିୟରିଂ କଲେଜରେ ଦୁଇ ଜଣ ପଢ଼ନ୍ତି। ତେବେ ଦୁଇ ସାଙ୍ଗ କୁଆଖାଇ ନଦୀ ବାଲିପାଟଣା ଇନ୍ଦ୍ରପାଲ ନିକଟରେ ଗାଧୋଉଥିଲେ। ଠିକ୍‌ ସେହି ସମୟରେ ସେମାନେ ନଦୀର ପ୍ରଖର ସୁଅରେ ଭାସି ଯାଇଥିଲେ। ଖବର ପାଇ ବାଲିଅନ୍ତା ଅଗ୍ନିଶମ କର୍ମଚାରୀମାନେ ନଦୀରେ ଖୋଜା ଖୋଜି କରିଥିଲେ। ଦୀର୍ଘ ସମୟର ସର୍ଚ୍ଚ ଅପରେସନ୍‌ ପରେ ଉଭୟଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.