ବିବାହର ୩ ମାସ ନପୁରୁଣୁ ସଡ଼କ ଦୁର୍ଘଟଣାରେ ଚାଲିଗଲା ଡାକ୍ତରଙ୍କ ଜୀବନ

add-all

ଭୁବନେଶ୍ୱର: ବିବାହର ୩ ମାସ ନପୁରୁଣୁ ଚାଲିଗଲା ଡାକ୍ତରଙ୍କ ଜୀବନ। ବିବାହର ୩ ମାସିକ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ବେଳେ ଜଗି ବସିଥିଲା ମୃତ୍ୟୁ। ଏବେ ପରିବାରରେ ଶୋକର ଲହରି ଖେଳି ଯାଇଛି। ରାଜଧାନୀ ଭୁବନେଶ୍ବରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସଡ଼କ ଦୁର୍ଘଟଣାରେ ଡାକ୍ତର ମନୋଜ କୁମାରଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ଭୁବନେଶ୍ବରରେ ରହୁଥିବା ଡାକ୍ତର ମନୋଜ କୁମାର ଗତ ଫେବ୍ରୁଆରି ୨୮ ତାରିଖରେ କବିରାଜ ବେହେରାଙ୍କ ଝିଅ ଡାକ୍ତରାଣୀ ସୁଶ୍ରୀ ସଂଗୀତାଙ୍କୁ ବେଶ ଧୁମଧାମରେ ବିବାହ କରିଥିଲେ। ଆଜି (ମେ’ ୨୮ ତାରିଖ)ରେ ଉଭୟ ଡାକ୍ତର ଦମ୍ପତି ବିବାହର ତ୍ରୟମାସିକ ପୂର୍ତ୍ତି ପାଳନ କରିଥାନ୍ତେ। ଏଥି ପାଇଁ ପୂର୍ବରୁ ପ୍ରସ୍ତୁତି ସରିଥିଲା। କିନ୍ତୁ ଦୁଃଖର ବିଷୟ ହେଲା ଯେ,ଏହା ପୂର୍ବରୁ ଡାକ୍ତର ମନୋଜ ଦୁର୍ଘଟଣାର ସାମ୍ନା କରିଛନ୍ତି। ଭୁବନେଶ୍ବରର ଫାୟାର ଷ୍ଟେସନ ଛକରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଡାକ୍ତର ମନୋଜ ଦୁର୍ଘଟଣାର ସାମ୍ନା କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.