ମୋଦୀ ଉନ୍ମୋଚନ କଲେ ୭୫ ଟଙ୍କିଆ କଏନ, ୫୦% ରୁପା ଓ ୪୦% ତମ୍ବାରେ ତିଆରି

add-all

ନୂଆଦିଲ୍ଲୀ : ନୂଆ ସଂସଦ ଭବନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏକ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକଟ ଏବଂ ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି। ନୂତନ ସଂସଦ ଭବନର ଲୋକସଭା କକ୍ଷରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ସେ ମୁଦ୍ରା ଏବଂ ଡାକ ଟିକଟ ଉନ୍ମୋଚନ କରିଥିଲେ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧୀନରେ ଥିବା ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ମୁଦ୍ରାର ଓଜନ ୩୪.୬୫ ଗ୍ରାମରୁ ୩୫.୩୫ ଗ୍ରାମ ମଧ୍ୟରେ ରହିବ। ବିଜ୍ଞପ୍ତିରେ କୁହାଯାଇଛି ଯେ ମୁଦ୍ରାର ଗୋଟିଏ ପାର୍ଶ୍ୱରେ ମଝିରେ ଅଶୋକ ସ୍ତମ୍ଭର ଛବି ରହିଛି, ଯାହାର ଗୋଟିଏ ପାର୍ଶ୍ୱରେ ଦେବନାଗରୀ ଲିପିରେ ‘ଭାରତ’ ଏବଂ ଅନ୍ୟପଟେ ଇଂରାଜୀରେ ‘ଭାରତ’।
ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ମିଣ୍ଟ (ମୁଦ୍ରାଶାଳା)ରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏହି ମୁଦ୍ରାରେ ୫୦ ପ୍ରତିଶତ ରୂପା, ୪୦ ପ୍ରତିଶତ ତମ୍ବା ଏବଂ ୫-୫ ପ୍ରତିଶତ ନିକେଲ-ଜିଙ୍କ ରହିଛି। ଏହି ମୁଦ୍ରାର ବ୍ୟାସ ୪୪ ମିଲିମିଟର । ୭୫ ଟଙ୍କିଆ ମୁଦ୍ରାରେ ନୂଆ ସଂସଦ ଭବନର ଚିତ୍ର ତଳେ ୨୦୨୩ ବର୍ଷ ଲେଖାଯାଇଛି। ଅଶୋକ ସ୍ତମ୍ଭ ମଧ୍ୟ ଏହି ମୁଦ୍ରା ଉପରେ ସ୍ଥାନ ପାଇଛି ।

ସୂଚନାଯୋଗ୍ୟ ଯେ, ପ୍ରାୟ ୨୦ରୁ ଅଧିକ ବିରୋଧୀ ଦଳଙ୍କ ବର୍ଜନ ମଧ୍ୟରେ ପ୍ରଧାନମନ୍ତ୍ରୀ ରବିବାରଦିନ ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି । ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିରଲା ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.