ପରକିୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ପିଟିପିଟି ହତ୍ୟା, ୪ଦିନ ପରେ ସ୍ୱାମୀ ଗିରଫ

add-all

ନୂଆପଡା : ପରକିୟା ପ୍ରୀତି ସନ୍ଦେହରେ ପତ୍ନୀକୁ ହତ୍ୟା। ଜଙ୍ଗଲ ମଧ୍ୟରେ ପିଟିପିଟି ହତ୍ୟା ପରେ ଫେରାର ସ୍ୱାମୀ ଫେରାର। ୪ଦିନ ପରେ ମୃତଦେହ ଉଦ୍ଧାର ସହ ଗିରଫ ହେଲା ସ୍ୱାମୀ। ନୂଆପଡା ଜିଲା କୋମନା ଥାନା ଅଞ୍ଚଳରେ ଘଟିଛି ଏଭଳି ହତ୍ୟାକାଣ୍ଡ।

ସୂଚନା ଅନୁଯାୟୀ , ୨୪ତାରିଖରେ ଛତାଗାଁର ଜଗବନ୍ଧୁ ତାଣ୍ଡି ଓ ତାଙ୍କ ପତ୍ନୀ ସୁନେ ତାଣ୍ଡି ନାଗପଡା ସିର୍ଲି ଗାଁକୁ ଯିବା ପାଇଁ ଘରୁ ସାଇକେଲ ଯୋଗେ ବାହାରିଥିଲେ। କିନ୍ତୁ ପରେ ଆଉ ଘରକୁ ଫେରିନଥିଲେ। ଏନେଇ ତାଙ୍କ ପୁଅ ସୁରେନ୍ଦ୍ର ତାଣ୍ଡି ଓ ପରିବାରର ଅନ୍ୟ ସଦସ୍ୟ ବହୁ ଖୋଜାଖୋଜି କରି ମଧ୍ୟ ସେମାନଙ୍କୁ ପାଇନଥିଲେ। ସେମାନଙ୍କ ନିଖୋଜ ନେଇ ସୁରେନ୍ଦ୍ର କୋମନା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଗତକାଲି ସନ୍ଧ୍ୟାରେ ଦେଓଧରା ଗାଁ ନିକଟ ଘୋଡ଼ାଘାଟ ନଦୀତଟ ଜଂଗଲରେ ଜଣେ ମହିଳାଙ୍କ ଗଳିତ ମୃତଦେହ ପଡିଥିବା ନେଇ ସ୍ଥାନୀୟ ଲୋକ କୋମନା ପୋଲିସକୁ ଜଣେଇଥିଲେ। ନୂଆପଡା ଏସପି ଆର. ରାଘବେନ୍ଦ୍ର ରେଡ୍ଡିଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଟିମ ସହ କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରିଛନ୍ତି। ମୃତ ମହିଳାଜଣକ ସୁନେ ତାଣ୍ଡି ବୋଲି ତାଙ୍କ ପୁଅ ସୁରେନ୍ଦ୍ର ଚିହ୍ନଟ କରିଛି। ସେପଟେ ଫେରାର ଥିବା ଜଗବନ୍ଧୁଙ୍କ ଫୋନ ଟ୍ରାକିଂ କରି ତାଙ୍କୁ ଗିରଫ କରିଛି କୋମନା ପୋଲିସ। ପତ୍ନୀଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିବା ପରେ ଜଂଗଲରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିବା ସ୍ୱୀକାର କରିଛି ଅଭିଯୁକ୍ତ ସ୍ୱାମୀ। ପରକିୟା ପ୍ରୀତିରୁ ହତ୍ୟା ହୋଇଥିବା ପୋଲିସ ସନ୍ଦେହ କରୁଛି। କୋମନା ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.