ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

add-all

ନବରଙ୍ଗପୁର ଜିଲ୍ଲା ଉମରକୋଟ ବୈପାରିଭଟା ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଯୁବକଙ୍କ ନାମ ମନଭତ ଭତରା ଓ ଯୁବତୀଙ୍କ ନାମ ପୁନେଇଁ ଭତରା ବୋଲି ଜଣା ପଡିଛି। ଉଭୟ ବୋକଦା ପଞ୍ଚାୟତର ତାରାଗାଁ ଗୋଟିଗୁଡ଼ା ଗ୍ରାମର।

ଗତ କାଲି ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରି ନଥିଲେ। ଆଜି ଦିନରେ ବୈପାରିଭଟା ଜଙ୍ଗଲ ଏକ ଓଢଣୀରେ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା। ଯୁବତୀ ଯୁବକଙ୍କର ଭାଉଜର ଭଉଣୀ ହୋଇଥିବାରୁ ଉଭୟେ ଉଭୟଙ୍କୁ ଭଲ ପାଉଥିଲେ । ତେଣୁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ବୋଲି ଚର୍ଚ୍ଚା ହେଉଛି। ଉମରକୋଟ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ସେପଟେ ପରିବାର ତରଫରୁ କିଛି ସୂଚନା ମିଳିନାହିଁ।

ad-week
Leave A Reply

Your email address will not be published.