୧୩୫ କେଜି ଗଞ୍ଜେଇ ସହ କାର୍ ଜବତ

add-all

ନନ୍ଦପୁର: ନନ୍ଦପୁର ବ୍ଲକ ପାଡୁଆ  ପୁଲିସ ଗତକାଲି ଏକ ଗଞ୍ଜେଇ ଚାଲାଣ କରୁଥିବା ଗାଡ଼ି ଏବଂ ଗଞ୍ଜେଇ ଜବତ କରିଛି। ଚୋରାଚାଲାଣକାରୀ ଫେରାର ହୋଇଯାଇଥିବା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ବିଶେଷ ସୂତ୍ରରୁ ଖବର ପାଇ ଗେମେଲାପୁଟ ଗାଁ ନିକଟରେ ପାଡୁଆ ଥାନା ଆଇଆଇସି ସବ୍ୟସାଚୀ ଶତପଥୀଙ୍କ ନେତୃତ୍ୱରେ ଏସଆଇ, ଏଚ ବେନିଆ ଓ ଏ ଏସଆଇ, ରାମଚନ୍ଦ୍ର ମାଡକାମୀ ଟିମ ସହ ଚଢ଼ାଉ  କରିଥିଲେ। ଲାଲ ରଙ୍ଗର ଟାଟା ଇଣ୍ଡିଗୋ(ଏପି ୨୮ସିଏଫ୍ ୩୪୭୧) କାରକୁ ଯାଞ୍ଚ କରିଥିଲେ ଥିଲେ। ପୁଲିସକୁ ଦେଖି ଚାଲାଣକାରୀମାନେ ସେଠାରୁ ଖସି ଚାଲିଯାଇଥିଲେ। ପୁଲିସ ଗାଡ଼ି ଯାଞ୍ଚ ବେଳେ ୫ଟି ଜରି ବସ୍ତାରେ ଗଞ୍ଜେଇ ଥିବା ଦେଖି ଗାଡ଼ି ଓ ଗଞ୍ଜେଇକୁ ଜବତ କରିଥିଲେ। ଓଜନ ବେଳେ ୧୩୫ କେଜି ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏସ ଆଇ, ଡି.କେ. ବାରିକ ତଦନ୍ତ ଭାର ନେଇ କେସ ନଂ ୭୪/୨୩ରେ ଏନ୍ଡ଼ିପିଏସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.